ଭୁବନେଶ୍ୱର: ନିଲାମ ହେଲା ବାଲେଶ୍ୱର ଟ୍ରିପଲ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସର କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି । କୋର୍ଟ ନିର୍ଦ୍ଦେଶ ମିଳିବା ପରେ ଏହି କୋଚ ଓ ଇଞ୍ଜିନିର ନିଲାମ କରାଯାଇଛି । ଗତ ଜୁନ ୨ ତାରିଖରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା ବାଲେଶ୍ୱର ଜିଲ୍ଲର ବାହନଗାଠାରେ । ସେବେଠାରୁ ଦୁର୍ଘଟଣାସ୍ଥଳରେ ପଡିଥିଲା ଏହି ହୃଦହଥରା ଦୁର୍ଘଟଣାର ମୁକସାକ୍ଷୀ କ୍ଷତିଗ୍ରସ୍ତ ଟ୍ରେନର ଇଞ୍ଜନ ଓ ବଗି । ଏଥିସହିତ ଯଶବନ୍ତପୁର-ହାବଡା ଏକ୍ସପ୍ରେସର ଦୁଇଟି କୋଚ ମଧ୍ୟ ବାହାନଗା ରେଳଷ୍ଟେଶନରେ ପଡି ରହିଛି । ହାବଡାର ମୋହିତ ଷ୍ଟିଲକମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ ଓ କୋଚର ନିଲାମ ନେଇଛି । ୩କୋଟି ୮୨ ଲକ୍ଷ ଟଙ୍କା ଦେଇ ଏହାକୁ କିଣିଛି କମ୍ପାନୀ ।
ବାଲେଶ୍ୱର ରେଲୱେ ଷ୍ଟେଶନ ପରିଦର୍ଶନରେ ଆସିଥିବା ଦକ୍ଷିଣ ପୂର୍ବ ରେଲୱେର ପ୍ରବନ୍ଧକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,ମୋହିତ କମ୍ପାନୀ ଡିସେମ୍ବର ୫ ତାରିଖ ସୁଦ୍ଧା ସମସ୍ତ କୋଚ ଏବଂ ଇଞ୍ଜିନକୁ ନେଇଯିବ ।
ସୂଚନାଥାଉ କି,ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହନଗାଠାରେ ହୋଇଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପ୍ରେସ ଯଶବନ୍ତପୁର-ହାବଡା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨୯୪ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଶତାଧିକ ଲୋକ ଆହତ ହୋଇଥିଲେ । ଦୀର୍ଘମାସ ଧରି ଚିହ୍ନଟ ହୋଇ ନ ଥିବା ମୃତ ଦେହକୁ ସାଇତା ରଖିବା ପରେ ଏହାକୁ ସମୂହ ସଂସ୍କାର କରାଯାଇଥିଲା ।
ଗତ ମଙ୍ଗଳବାର ଭୁବନେଶ୍ୱରର ଏକ ଟ୍ରେନ ଶଲିମାର ଯାଉଥିବା କରମଣ୍ଡଳ ଏକ୍ସପ୍ରେସ,ଯଶବନ୍ତ ପୁର-ହାବଡା ଏକ୍ସପ୍ରେସ, ଯଶବନ୍ତପୁର-ହାବଡା ଏକ୍ସପ୍ରେସରର କ୍ଷତିଗ୍ରସ୍ତ ଇଞ୍ଜିନ ଏବଂ କୋଚ,ମାଲଗାଡିର ବଗିର ନିଲାମ ପାଇଁ ଆଦେଶ ଦେଇଥିଲେ ।
ଦକ୍ଷିଣପୂର୍ବ ରେଲୱେ,ଖଡଗପୁର ଡିଭିଜନର ଇଞ୍ଜିନିୟରଙ୍କ ଯାଚିକା ଉପରେ ଶୁଣାଣିକରି କୋର୍ଟ ଗୋଟିଏ ଇଞ୍ଜିନ ସହିତ ୨୧ କ୍ଷତିଗ୍ରସ୍ତ ବଗିର ନିଲାମ ଆଦେଶ ଦେଇଛନ୍ତି ।
BREAKING NEWS
- Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ
- Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି
- ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨
- ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ
- ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି
- ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ
- ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା
- India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
- ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି
- ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ

Comments are closed.