Latest Odisha News

ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହି ରେକର୍ଡ କରିଥିବା ବାହାରିନ୍ ପ୍ରିନ୍ସ ଖଲିଫାଙ୍କ ପରଲୋକ

ମାନମା: ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହି ରେକର୍ଡ କରିଥିବା ବାହାରିନର ପ୍ରିନ୍ସ ସଲମାନ ଅଲ ଖଲିଫାଙ୍କ ବୁଧବାର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବିଶ୍ୱରେ ସେ ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହିଛନ୍ତି । ୧୯୭୧ରେ ବାହାରିନ୍ ସ୍ୱାଧୀନ ହେବା ପରଠାରୁ ସେ ୪୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସୁଥିଲେ ।

ବାହାରିନ୍ ସରକାରୀ ସମାଚାର ଏଜେନ୍ସି ପକ୍ଷରୁ ଏହି ସୂଚନା ନିଆଯାଇଛି । ଆମେରିକାର ମେୟୋ କ୍ଲିନକରେ ତାଙ୍କର ଚିକିତ୍ସା ଚାଲିଥିଲା । ଖଲିଫାଙ୍କ ନିଜସ୍ୱ ଏକ ଦ୍ୱୀପ ଥିଲା । ସେଠାରେ ସେ ତାଙ୍କ ବିଦେଶୀ ପ୍ରତିନିଧିଙ୍କୁ ଭେଟୁଥିଲେ । ୨୦୧୧ରେ ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.