Latest Odisha News

BREAKING NEWS

କଟକରେ ‘ଆୟକର ଆପିଲେଟ ଟ୍ରିବ୍ୟୁନାଲ’ ଭବନ ଉଦ୍‌ଘାଟନ କଲେ ମୋଦି

କଟକ: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନ ଉଦଘାଟନ ହୋଇଛି। ଭିଡିଓ କନଫେରନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କଟକ ବେଞ୍ଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ।

ବିଜୁ ବାବୁଙ୍କ ବିନା ଉଦ୍ୟମରେ କଟକରେ ITAT ସମ୍ଭବ ହୋଇପାରି ନଥାନ୍ତା ବୋଲି ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ୟାକ୍ସ ଟେରରିଜିମ ଏବେ ଟ୍ୟାକ୍ସ ଟ୍ରାନ୍ସପେରେନ୍ସିରେ ପରିଣତ ହୋଇଛି। ଆୟକର ସରଳୀକରଣ ହୋଇଛି, କରଦାତାଙ୍କୁ ସୁବିଧା ମିଳୁଛି।   

ଏହି ଅନ୍‌ଲାଇନ୍‌ ଉଦ୍‌ଘାଟନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ମଧ୍ୟ ପ୍ରସାଦ ସାମିଲ ହୋଇଥିଲେ। ତା ସହିତ  ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନର ଅନ୍‌ଲାଇନ୍‌ ଉଦ୍‌ଘାଟନୀ ସଭାରେ ସାମଲ୍ ହୋଇଥିଲେ।

କଟକ CDA ସେକ୍ଟର 6 ଠାରେ ଆୟକର ବିଭାଗର ନବନିର୍ମିତ ଟ୍ରିବୁନାଲ ଉଦଘାଟିତ ହୋଇଛି। ଏହି ବେଞ୍ଚ 1970 ମସିହାରୁ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏହା ପୂର୍ବରୁ ଏକ ଭଡ଼ା ଘରେ ଚାଲିଥିଲା। ଏହି ନୂଆ ଅଟାଳିକାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

Leave A Reply

Your email address will not be published.