Latest Odisha News

BREAKING NEWS

ସିଂହଦ୍ୱାରରେ ପହଞ୍ଚିଲେ ମହାପ୍ରଭୁ, ଗଜପତିଙ୍କ ମଧ୍ୟସ୍ଥତାରେ ସମ୍ପନ୍ନ ହେଲା ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ: ରବିବାର ପୁରୀ ଶ୍ରୀକ୍ଷେତ୍ରଧାମରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧା ମୂରତିଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ତତସହିତ ସମ୍ପନ୍ନ ହୋଇଛି ଚର୍ଚ୍ଚିତ ଲକ୍ଷ୍ମୀ-ନାରାୟଣ ଭେଟ ।

ଦୀର୍ଘ ୫୦ ବର୍ଷର ରେକର୍ଡ଼ ଭଙ୍ଗ କରିଛି ପୁରୀର ବାହୁଡ଼ା ଯାତ୍ରା । ସଂଜ ହେବା ପୂର୍ବରୁ ଅର୍ଥାତ ୫ଟା ୩୫ ସୁଦ୍ଧା ତିନିରଥ ସିଂହଦ୍ୱାର ନିକଟରେ ପହଞ୍ଚିଛି । ତେବେ ଅପରାହ୍ନ ୪ଟା ବେଳକୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି । ତାଳଧ୍ୱଜ ରଥ ୩ଟା ୩୦ ମିନିଟରେ ପହଞ୍ଚିଥିଲା ବେଳେ ଦର୍ପଦଳନ ରଥ ୩ଟା ୫୦ ମିନିଟରେ ପହଞ୍ଚିଲା ବୋଲି ଆମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ସୂଚନାଯୋଗ୍ୟ ପୂର୍ବ ନିର୍ଦ୍ଧାରିତ ଅନୁସାରେ ରଥଟଣା କାର୍ଯ୍ୟ ୪ଟାରେ ହେବାର ଥିଲା ମାତ୍ର ୪ଟା ପୂର୍ବରୁ ଦୁଇ ରଥ ପହଞ୍ଚିବା ମହାପ୍ରଭୁଙ୍କର ଏହା ଦିବ୍ୟ ଲୀଳା ବୋଲି ଅନେକ ଭକ୍ତ କହିଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ରାଜନହର ସାମନାକୁ ଆସିଲା ପରେ ଗଜପତି ମହାରାଜା ଶ୍ରୀମନ୍ଦିରରୁ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ସାଦରେ ପାଛୋଟି ଆଣିଥିଲେ ।

ମହାରାଜାଙ୍କ ମଧ୍ୟସ୍ଥତାରେ ହିଁ ପତି-ପତ୍ନୀଙ୍କ ଭେଟ କରାଗଲା । ଏହି ଲକ୍ଷ୍ମୀ-ନାରାୟଣ ଭେଟରେ ପତି ମହାମାତ୍ର ସେବକ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଫୁଲ ଆଣି ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଦେଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖି ମହାଲକ୍ଷ୍ମୀ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ଆଜ୍ଞାମାଳ ଫୁଲ ପାଇ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଚାଲିଯାଇଥିଲେ । ତାପରେ ଭକ୍ତମାନେ ଆନନ୍ଦାଶ୍ରୁ ଗଡ଼ାଇ ରଥ ଟାଣିବାର ଦେଖାଯାଇଥିଲା ।

Leave A Reply

Your email address will not be published.