Latest Odisha News

BREAKING NEWS

ମହାନଦୀରେ ବଢୁଛି ଜଳସ୍ତର: ମଧ୍ୟମ ଧରଣର ବନ୍ୟା ଆଶଙ୍କା, ୨୪ରେ ହିରାକୁଦରୁ ଜଳ ନିଷ୍କାସନ

ଭୁବନେଶ୍ୱର : ହିରାକୁଦ ଜଳଭଣ୍ଡାରରୁ ୨୪ ତାରିଖରେ ଜଳ ନିଷ୍କାସନ ହେବାକୁ ଥିବା ବେଳେ ଏବେ କିନ୍ତୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟର ୬ଟି ଜିଲାରେ ମହାନଦୀ ଓ ତା’ର ଶାଖାନଦୀ ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି । ଏସଆରସି କମିଶନରଙ୍କ ସୂଚାନନୁସାରେ ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀଠାରେ ବନ୍ୟାଜଳ ପହଞ୍ଚିବ । ମୁଣ୍ଡଳୀରେ ୭.୫ରୁ ୮ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହୋଇପାରେ ।

ହିରାକୁଦରେ ରବିବାର ଦିନ ଏଥର ୬୨୨ ମିମି ବର୍ଷା ରେକର୍ଡ଼ କରାଯାଇଛି । ଏହା ୨୬ବର୍ଷର ସର୍ବକାଳୀନ ରେକର୍ଡ଼ । ହିରାକୁଦ ଡ଼୍ୟାମରେ ୧ଲକ୍ଷ ୬୪ହଜାର କ୍ୟୁସେକ ବର୍ଷାଜଳ ପ୍ରବେଶ କରୁଥିବା ବେଳେ ୫୩୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଜି ସନ୍ଧ୍ୟାରେ ଜଳସ୍ତର ୬୧୩.୫୦ ଫୁଟରେ ରହିଥିଲା, ଏହା ଆଗକୁ ଆହୁରି ବଢିବ ବୋଲି ଜଳଭଣ୍ଡାରର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.