Latest Odisha News

BREAKING NEWS

ଉତ୍କଳ କେଶରୀ ପରିଡ଼ାଙ୍କୁ ବିଜେଡ଼ି ସଂଯୋଜକ ଭାବେ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ବରିଷ୍ଠ ନେତା ଉତ୍କଳ କେଶରୀ ପରିଡ଼ାଙ୍କୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି ।

ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଦଳର ସଭାପତି ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି ବୋଲି ସୂଚନା ମିଳିଛି ।

ବରିଷ୍ଠ ବିଜେଡ଼ି ନେତା ଉକô୍ଳ କେଶରୀ ପରିଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଲାଗି ସଂଯୋଜକ ଭାବେ ଦାୟିତ୍ୱ ବହନ କରିବେ ।

ଶ୍ରୀ ପରିଡ଼ା ପୂର୍ବରୁ ଏନସିପି ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ, ପରବର୍ତ୍ତୀ ସମୟରେ ସେ ବିଜେପିରୁ ଇସ୍ତଫା ପ୍ରଦାନ କରି ବିଜେଡ଼ିରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.