Latest Odisha News

ଦଳ ବିରୋଧୀ କାମ ପାଇଁ ବିଏସପିରୁ ନିଲମ୍ବିତ ହେଲେ ସାଂସଦ ଦାନିଶ ଅଲ୍ଲି

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ନିଜ ଦଳର ସାଂସଦ ଦାନିଶ ଅଲ୍ଲିଙ୍କୁ ଦଳରୁ ନିଲମ୍ବିତ କରିଛି ।   ଦଳ ବିରୋଧୀ କାର୍ଯ୍ୟକଳାପରେ ଶାମିଲ ହେବା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଦାନିଶ ଅଲି ଯେଉଁପରି ଭାବେ ସଂସଦରେ କଂଗ୍ରେସ ସହ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା,  ଏହାକୁ ଦେଖି ଦଳର ହାଇକମାଣ୍ଡ ମାୟାବତୀ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଦାନିଶଙ୍କର ଏପରି କାର୍ଯକଳାପକୁ ନେଇ ଦଳ ତାଙ୍କୁ ଚେତାବନୀ ଦେଇଥିଲା । ଏହା ସତ୍ତ୍ୱେ ଦାନିଶ ଲାଗାତାର କଂଗ୍ରେସ ସହ ଥିବା ଦେଖିବାକୁ ମିଳିଥିଲା   । ତେଣୁ ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ପଛରେ ଏହା ପ୍ରମୁଖ କାରଣ ହୋଇପାରେ ।

ପାର୍ଟିର ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଅମରୋହାର ଲୋକସଭା ସାଂସଦ ଦାନୀଶ ଅଲ୍ଲୀଙ୍କ ନିଲମ୍ବନ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ପାର୍ଟିର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ।

ଏଠି କହିରଖିବୁ, ବିଏସପି ସାଂସଦ ଦାନିଲ ଅଲିଙ୍କ ବିରୋଧରେ ସାଂସଦ ରମେଶ ବିଧୁଡି ଆପତ୍ତିଜନକ ବୟାନ ଦେଇଥିଲେ । ଏହାକୁ ନେଇ ରାଜନୀତି ବେଶ ସରଗରମ ହୋଇଥିଲା  । ବିଧୁଡିଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବରରେ ଦାନିଶ ଅଲ୍ଲିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ତାଙ୍କ ସହ ଦଳର ମହାସଚିବ କେସି ବେଣୁଗୋପାଳ ଏବଂ ସାଂସଦ ଇମରାନ ପ୍ରତାପ ଗଢୀ ମଧ୍ୟ ସାମିଲ ଥିଲେ ।

ଦାନିଶ ମଧ୍ୟ ରାହୁଲଙ୍କୁ  ଦେଖି ବେଶ ଭାବୁକ ହୋଇ ପଡିଥିଲେ । ‘ରାହୁଲଙ୍କ ଦେଖି ସେ ଏକୁଟିଆ ନୁହଁନ୍ତି ’ ଏମିତି ଏକ ଭାବନା ମନକୁ ଆସିଥିଲା ବୋଲି କହିଥିଲେ । ସେ କହିଥିଲେ, ରାହୁଲ ମୋର ଧୈର୍ଯ୍ୟକୁ ବଢାଇଥିଲେ ।ରାହୁଲ ତାଙ୍କୁ ‘ଏହି କଥାକୁ ବେଶି ଭାବନ୍ତୁ ନାହିଁ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଥିବା ଦାନିଶ କହିଥିଲେ ।

 

Leave A Reply

Your email address will not be published.