Latest Odisha News

BREAKING NEWS

ଘୋଷଣା ହେଲା ଭାରତୀୟ କୁସ୍ତି ସଂଘର ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ତାରିଖ ଶନିବାର ଘୋଷଣା କରାଯାଇଛି । ଡିସେମ୍ବର ୨୧ ତାରିଖରେ ଏହି ନିର୍ବାଚନ ହେବ ଏବଂ ଉକ୍ତ ଦିନ ମଧ୍ୟ ଫଳାଫଳ ବାହାରିବ । ଏଥିସହ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ନିକଟରେ ସୁପ୍ରିମକୋର୍ଟ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ଲଗାଯାଇଥିବା ରୋକକୁ ଖାରଜ କରିଥିଲେ । ଏହା ଫଳରେ ଡବ୍ଲ୍ୟୁଏଫଆଇ ବଡି ନିର୍ବାଚନ ପାଇଁ ରାସ୍ତା ଖୋଲିଥିଲା । ଭୂପିନ୍ଦର ସିଂ ବାଜାୱାଙ୍କ ନେତୃତ୍ୱରେ ଆଇଓଏ ଦ୍ୱାରା ଗଠିତ ପ୍ୟାନେଲ ଏବେ ଏହାକୁ ପରିଚାଳନା କରୁଛି । ପୂର୍ବରୁ ବ୍ରିଜଭୂଷଣ ଶରଣ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ମହାସଂଘକୁ କ୍ରୀଡାମନ୍ତ୍ରୀ ନିଲମ୍ବିତ କରିଥିଲେ ।

ବ୍ରିଜଭୂଷଣଙ୍କ ବିରୋଧରେ ଦେଶର ପ୍ରତିଷ୍ଠିତ ରେସଲରମାନେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏବେ ଏହି ଘଟଣାର ତଦନ୍ତ ଚାଲିଛି । ସେମାନେ ଏ ନେଇ ଯନ୍ତରମନ୍ତରରେ ଧାରଣ ମଧ୍ୟ ଦେଇଥିଲେ । ଜୁଲାଇରୁ ଡବ୍ଲ୍ୟୁଏଫଆଇର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କୋର୍ଟରେ କେତେକ ମାମଲା ରହିଥିବାରୁ ଏଥିରେ ବିଳମ୍ବ ଘଟିଥିଲା । ଏହି ନିର୍ବାଚନ ପରେ ଆନ୍ତର୍ଜାତୀୟ ନିଲମ୍ବନ ହଟିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.