Latest Odisha News

BREAKING NEWS

ନାରଦ ସ୍କାମ: ରାତି ଅଧିଆ ଡ୍ରାମା, ଟିଏମସି ନେତାଙ୍କ ଜାମିନ ଉପରେ ରହିତାଦେଶ

କୋଲକାତା: ପଶ୍ଚିମବଙ୍ଗରେ ରାଜନୀତିର ସମସ୍ତ ରୂପ ଦେଖିବାକୁ ମିଳୁଛି । ବହୁ ଚର୍ଚ୍ଚିତ ନାରଦ ଷ୍ଟିଙ୍ଗ ମାମଲାରେ ତୃଣମୂଳ କଂଗ୍ରେସର ୪ଜଣଙ୍କୁ ସିବିଆଇ ଗିରଫ କରିଥିଲା । ପରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲା । ତେବେ ବିଳମ୍ବିତ ରାତିରେ କୋଲକାତା ହାଇକୋର୍ଟ ଜାମିନ ଉପରେ ରହିତାଦେଶ ଜାରୀ କରିଛନ୍ତି । ଏବେ ଫିରହାଦ ହାକିମ, ସୁବ୍ରତ ମୁର୍ଖାଜୀ, ମଦନ ମିତ୍ର ଏବଂ ଶୋଭନ ଚାଟାର୍ଜି ବୁଧବାର ପର୍ଯ୍ୟନ୍ତ କୋଲକାତାର ପ୍ରେସିଡେନ୍ସି ଜେଲରେ ରହିବେ ।

ହାଇକୋର୍ଟ ମମତାଙ୍କ ସମର୍ଥକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନ୍ୟାୟକୁ କେହି ହାତମୁଠାକୁ ନେବା ପାଇଁ ଚେଷ୍ଟା କରନ୍ତୁ ନାହିଁ ବୋଲି ମାନ୍ୟବର କୋର୍ଟଙ୍କ ପକ୍ଷରୁ କୁହାଯାଇଛି । ସିବିଆଇ ଟିଏମସି ନେତାଙ୍କୁ ଗିରଫ କରିବା ପରେ ସିବିଆଇ ଅଫିସ ଏବଂ ପୋଲିସ କର୍ମୀଙ୍କ ଉପରେ ମମତା ସମର୍ଥକମାନେ ପଥର ମାଡ କରିଥିଲେ ।

Comments are closed.