Latest Odisha News

BREAKING NEWS

ଚାହୁଁ ଚାହୁଁ ଭୁଶୁଡି ଗଲା ୫୦ ଫୁଟ ଲମ୍ବ ବୈତରଣୀ ନଦୀବନ୍ଧ

ଯାଜପୁର:ପୁଣି ଧସିଲା ବୈତରଣୀ ନଦୀବନ୍ଧ। ଚାହୁଁ ଚାହୁଁ ଭୁଶୁଡିଗଲା ୫୦ ଫୁଟ ଲମ୍ବର ନଦୀ ବନ୍ଧ । ଏମିତି ଦୃଶ୍ୟ ଆଜି ସକାଳୁ ଦେଖିବାକୁ ମିଳିଥିଲା ଦଶରଥପୁର ବ୍ଳକ କମାରଡିହି ପଂଚାୟତ ବଳରାମପୁର ଠାରେ ।

ଆଜି ସକାଳୁ ଏହି ନଦୀ ବନ୍ଧ ଧସୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ଏହି ନଦୀ ବନ୍ଧ ନିର୍ମାଣ  କାମ ଆରମ୍ଭ ହୋଇଥିଲା । କାମ ଚାଲିଥିବା ସମୟରେ  ନିମ୍ନମାନର କାର୍ଯ୍ୟକୁ ନେଇ  ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଜଳ ସମ୍ପଦ ବିଭାଗ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲା । ଯାହାର ଫଳ ଆଜି ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ସୂଚନାଥାଉ କି ଚଳିତବର୍ଷ ୧୩ କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ମରାମତି କରିଥିଲା ଜଳସମ୍ପଦ ବିଭାଗ । ହେଲେ ଠିକ ବନ୍ୟା ସମୟରେ ଏହି ବନ୍ଧ ଧସି ଯାଇଛି ।  ବନ୍ଧ ଭୁଶୁଡିବା ଯୋଗୁ  କଡରେ ଲାଗିଥିବା ବଡ ବଡ ଗଛ ସବୁ ଉପୁଡି ନଦୀ ଗର୍ଭରେ ପଡିଛି । ଏପରିକି ନଦୀ ପାର୍ଶ୍ୱରେ ଥିବା ପଥର ମଧ୍ୟ ଧସି ନଦୀରେ ଭାସି ଯାଇଛି । ତୁରନ୍ତ ଏହି ନଦୀ ବନ୍ଧ ମରାମତି କରାଯିବା ସହ ନିମ୍ନମାନର କାମ କରି ଅର୍ଥ ହଡପ କରିଥିବା ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.