Latest Odisha News

BREAKING NEWS

ଭିନେଶ, ବଜରଙ୍ଗଙ୍କୁ ଆଶ୍ୱସ୍ତି: ଏସିଆନ ଗେମ୍ସ ଟ୍ରାଏଲରେ ଭାଗ ନେବେନି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦୀର୍ଘ ଦିନ ଧରି ପ୍ରଦର୍ଶନ କରିଥିବା ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଏହି ଦୁଇ ରେସଲରଙ୍କୁ ଏସିଆନ ଗେମ୍ସ ଟ୍ରାଏଲରେ ଭାଗ ନେବାକୁ ପଡିବ ନାହିଁ । ଭାରତୀୟ ଅଲିମ୍ପିକ ସଂଘ ଦ୍ୱାରା ଗଠିତ କମିଟି ୨୨ ଓ ୨୩ ଜୁଲାଇରେ ଯାଦଭ ଇଣ୍ଡୋର ଷ୍ଟାଡିୟମରେ ଟ୍ରାଏଲ ଆୟୋଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ଭିନେଶ, ବଜରଙ୍ଗ ଅଂଶଗ୍ରହଣ କରିବେ ନାହିଁ । ସେମାନେ ସିଧାସଳଖ ଏସିଆନ ଗେମ୍ସରେ ସାମିଲ ହେବେ । ସେମାନଙ୍କ ବିଭାଗରେ ଯେଉଁ ଖେଳାଳି ଟ୍ରାଏଲ ଜିତିବ ସେ ଷ୍ଟାଣ୍ଡବାଇରେ ରହିବ ।

ବଜରଙ୍ଗ, ଜିତେନ୍ଦ୍ର, ସଙ୍ଗୀତା ଏବେ କିର୍ଗିସ୍ତାନରେ ଓ ଭିନେଶ ଚତୁର୍ଥ ର‌୍ୟାଙ୍କିଙ୍ଗ ଟୁର୍ଣ୍ଣାମେଂଟ ଖେଳିବା ପାଇଁ ହଙ୍ଗେରୀ ଗସ୍ତରେ ଅଛନ୍ତି । ସାକ୍ଷୀ ମଲିକ ଓ ସତ୍ୟବ୍ରତ କାଦିୟାନ ଆମେରିକା ଅଭ୍ୟାସ କରୁଛନ୍ତି । ସୂଚନାଯୋଗ୍ୟ, ବ୍ରିଜଭୂଷଣଙ୍କ ବିରୋଧରେ କେତେକ ମହିଳା ରେସଲରଙ୍କ ସମେତ ଅନ୍ୟମାନେ ଦୁଷ୍କର୍ମ ପରି ସାଂଘାତିକ ଅଭିଯୋଗ ଆଣିଥିଲେ । ଏହାର ନ୍ୟାୟ ପାଇଁ ସେମାନେ ଧାରଣ ଦେଇଥିଲେ । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

Comments are closed.