Latest Odisha News

BREAKING NEWS

‘ଭାଲେଣ୍ଟାଇନ୍ ଡେ’: ରାଜଧାନୀରେ ବଜରଙ୍ଗ ଦଳ କର୍ମୀଙ୍କ ର‌୍ୟାଲି

ଭୁବନେଶ୍ୱର : ‘ଭାଲେଣ୍ଟାଇନ୍ ଡେ’କୁ ବିରୋଧ କରୁଥିବା ବଜରଙ୍ଗ ଦଳ ରାଜଧାନୀରେ ଗୁରୁବାର ଦିନ ସମାଲୋଚନା କରିବା ସହ ଏକ ର‌୍ୟାଲି ଆୟୋଜନ କରିଛନ୍ତି ।

ଆଜିର ଏହି ଦିନଟିକୁ ଅଧିକାଂଶ ଯୁବବର୍ଗର ପ୍ରେମୀ ଯୁଗଳ ‘ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରୁଛନ୍ତି । ତେବେ ରାଜଧାନୀର ବିଭିନ୍ନ ପାର୍କ, ମଲ୍, ସିନେମା ଘର ମାନଙ୍କରେ ଭିଡ ଦ୍ଖେିବାକୁ ମିଳିଛି । କିନ୍ତୁ ଏହି ଦିବସ ପାଳନକୁ ବିରୋଧ କରୁଥିବା ବଜରଙ୍ଗ ଦଳର କର୍ମୀମାନେ ଅନେକ ପାର୍କ ସମ୍ମୁଖରେ ର‌୍ୟାଲି ଆୟୋଜନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପଟେ ପ୍ରେମୀ ଯୁଗଳ ଓ ସେପଟେ ବଜରଙ୍ଗୀଙ୍କ ଛକାପଞ୍ଝାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଗ୍ରହଣ କରିଛନ୍ତି ।

ଏହି ଅବସରରେ ବଜରଙ୍ଗ ଦଳର କର୍ମୀମାନେ ଆଜି ଫରେଷ୍ଟ ପାର୍କ, ଜୟଦେବ ବାଟିକା, ଏକାମ୍ର ପାର୍କ, ଆଇଜି ପାର୍କ ଓ ରିଜୋନାଲ ପ୍ଲାଣ୍ଟ୍ ରିସୋର୍ସ ସେଣ୍ଟର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ ପାଶ୍ଚାତ୍ୟ ସଂସ୍କୃତିର ପରମ୍ପରା ଫଳରେ ହିନ୍ଦୁ ସଂସ୍କୃତି ଉପରେ ଏହାର ନକରାତ୍ମକ ପ୍ରଭାବ ପଡୁଛି ଏବଂ ଏହି ପାଶ୍ଚାତ୍ୟ ସଂସ୍କୃତି ଆଳରେ ଯୁବପିଢିମାନେ କୌଣସି ଅନୈତିକ କାର୍ଯ୍ୟ ନକରନ୍ତୁ । ଏଥିସହିତ ପାଶ୍ଚାତ୍ୟ ସଂସ୍କୃତି ବଦଳରେ ଭାରତୀୟ ସଂସ୍କୃତିକୁ ସମସ୍ତେ ଆପଣାନ୍ତୁ ବୋଲି ସେମାନେ ପ୍ରକାଶ କରିଛନ୍ତି ।

‘ଭାଲେଣ୍ଟାଇନ୍ ଡେ’ ଅବସରରେ ଲୋକମାନଙ୍କୁ ସୁରକ୍ଷାକୁ ନଜରରେ ରଖି କମିଶନରେଟ୍ ପୋଲିସ କଟକ ଓ ଭୁବନେଶ୍ୱର (ଟ୍ୱିନ୍ ସିଟି)ର ବିଭିନ୍ନ ମଲ୍, ପାର୍କ ଓଅନେକ ସାର୍ବଜନୀନ ସ୍ଥାନରେ ପ୍ରାୟ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।

ପୋଲିସ କମିଶନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ଭାଲେଣ୍ଟାଇନ୍ ଡେ’ ଅବସରରେ କେହି ବ୍ୟକ୍ତି କିମ୍ବା ପ୍ରେମୀଯୁଗଳଙ୍କ କୌଣସି ପ୍ରକାର ଅସାମାଜିକ ଓ ଅପରାଧମୂଳକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ।

ଶ୍ରୀଯୁକ୍ତ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ପୋଲିସ ପ୍ରେମୀଯୁଗଳଙ୍କୁ ସେପର୍ଯ୍ୟନ୍ତ ସୁରକ୍ଷା ଦେବ, ଯେଯାଏଁ ସେମାନେ କୌଣସି ପ୍ରକାର ଅନୈତିକ ତଥା ଅଶାଳୀନ ବ୍ୟବହାର ପ୍ରଦର୍ଶନ ନକରିଛନ୍ତି ।

Leave A Reply

Your email address will not be published.