Latest Odisha News

BREAKING NEWS

ନାବାଳିକାଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ ଶିକ୍ଷକ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ ବୁଧବାର ଦିନ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକମାନେ ଜଣେ ଶିକ୍ଷକଙ୍କୁ ନିସ୍ତୁକ ପିଟିଛନ୍ତି ।

ଉକ୍ତ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି କିଛି ଲୋକ ମାଡ ମାରୁଥିବା ଭଳି ଏକ ଭିଡିଓ ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ ବିଜିପୁର ହାଇ ସ୍କୁଲରେ କାର୍ଯ୍ୟରତ ବିଶ୍ୱନାଥ ମୁଦୁଲି ନାମକ ଜଣେ ପିଇଟି ଶିକ୍ଷକ ସ୍ଥାନୀୟ ଅଞ୍ଚଳରେ ଟ୍ୟୁସନ୍ କରନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ବିଶ୍ୱନାଥ ଅନ୍ୟଏକ କୋଠରୀକୁ ଡାକି ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ପରବର୍ତ୍ତୀ ସମୟରେ ଉକ୍ତ ନାବାଳିକା ଜଣକ ଏସମ୍ପର୍କରେ ପରିବାରବର୍ଗଙ୍କୁ କହିବା ପରେ ତାଙ୍କ ପରିବାର ସଦସ୍ୟ ଓ ଉତ୍ତ୍ୟକ୍ତ ଲୋକେ ପିଇଟି ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ତେବେ ଏନେଇ ଖବର ପାଇ ଫତେଗଡ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଶିକ୍ଷକଙ୍କ ସମ୍ପର୍କରେ କୌଣସି ପତ୍ତା ପାଇନଥିଲା । ଫଳରେ ପୋଲିସ ସେଠାରୁ ଫେରି ଯାଇଥିଲେ ।

ଆହୁରି ମଧ୍ୟ ଘଟଣା ସମ୍ପର୍କରେ ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଗୁରୁବାର ଦିନ ଉକ୍ତ ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.