Latest Odisha News

BREAKING NEWS

ବଜରଙ୍ଗୀ ଭାଇଜାନର ସିକ୍ୱେଲ ଉପରେ କାମ ଆରମ୍ଭ କଲେଣି ଲେଖକ କେଭି ବିଜେୟେନ୍ଦ୍ର

ମୁମ୍ବାଇ: ସଲମାନ ଖାଁ ଅଭିନୀତ ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଇଜାନ ଫିଲ୍ମର ସିକ୍ୱେଲ ଆରମ୍ଭ ହୋଇଛି । ଲେଖକ କେଭି ବିଜେୟେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିବା ଆରମ୍ଭ କରି ଦେଇଛନ୍ତ । ସଲମାନ ମଧ୍ୟ ଏହାର ସିକ୍ୱେଲ ନେଇ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି । ୬ ବର୍ଷ ତଳେ ରିଲିଜ ହୋଇଥିବା ଫିଲ୍ମ ୩୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିଲା ।

ସଲମାନଙ୍କ ବ୍ୟତୀତ କରୀନା କାପୁର ଓ ନବାଜୁଦ୍ଦିନ ସିଦ୍ଦିକ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । କବୀର ଖାଁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ନୂତନ ଆଙ୍ଗଲେ ଏବଂ ଚମତ୍କାର ଶୈଳୀରେ କାହାଣୀ ଲେଖିବାକୁ ସଲମାନ ତାଙ୍କୁ ପରାମର୍ଶ ଦେଇଛନ୍ତି । ଫିଲ୍ମର ଷ୍ଟାରକାଷ୍ଟ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

Comments are closed.