Latest Odisha News

ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ, ବାଲାଜୀ କମ୍ପାନୀର ମେସିନ ଓ ହାଇଓ୍ବାକୁ ବନ ବିଭାଗର ଜିମା ଦେଲେ ଲୋକ

ଢେଙ୍କାନାଳ : ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁ ସଂରକ୍ଷିତ ଜଙ୍ଗଲରୁ ଜବତ ହୋଇଛି ମେସିନ ଓ ହାଇଓ୍ବା । ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ, ଏସବୁ ମେସିନ ଓ ହାଇଓ୍ବାକୁ ଅଟକ ରଖି ବନ ବିଭାଗର ଜିମା ଦେଇଛନ୍ତି ଲୋକେ ।

ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଅଛି ଠିକାସଂସ୍ଥା ବାଲାଜୀ କମ୍ପାନୀ । ଦୀର୍ଘ ଦିନ ହେବ ଏହି କମ୍ପାନୀ ବିଭିନ୍ନ ସ୍ଥାନରୁ ବେଆଇନ ମୋରମ ଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଛି । କାନପୁରା ଗାଁ ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ପରିମାଣର ଚୋରା ମୋରମ ଚାଲାଣ କରି ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବକୁ ହଡପ କରୁଥିବା ନେଇ କାନପୁରା ବାସିନ୍ଦା ଅଭିଯୋଗ କରିଛନ୍ତି । କିଛି ଅସାଧୁ ପ୍ରଶାସନିକ ଅଧିକାରୀଙ୍କୁ ହାତ ବାରିଶି କରି ଜଙ୍ଗଲରୁ ବେଆଇନ ଭାବେ ମୋରମ ଚାଲାଣ କରୁଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.