Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ଡିସେମ୍ବର ୫ ଯାଏଁ ଖେଳ ଚାଲିବ।୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ବାରଣ କରାଯାଇଥିବାରୁ ସମସ୍ତ ମ୍ୟାଚର ସିଧାପ୍ରସାରଣ କରାଯିବ । ଏନେଇ ଏଫ୍ଆଇଏଚ୍ ନିଷ୍ପତ୍ତି ନେବେ ।

ଗହଳିକୁ ଦେଖି କରୋନା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ମ୍ୟାଚ ବେଳେ କେବଳ ଅନୁମତି ପାଇଥିବା ବ୍ୟକ୍ତି ଷ୍ଟାଡିୟମକୁ ପ୍ରବେଶ କରିପାରିବେ । ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ।ହକି ମହାକୁମ୍ଭରେ ଆୟୋଜକ ଭାରତ ସହ ଆର୍ଜେଣ୍ଟିନା, ବେଲଜିୟମ, କାନାଡ଼ା, ଚିଲେ, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ୍ସ ସହ ଆମେରିକା ଟିମ୍ ଭାଗ ନେବ ।  । ନଭେମ୍ବର ୩୦ରୁ କ୍ଲାସିଫିକେସନ୍ ମ୍ୟାଚ, ଡିସେମ୍ବର ୧ରେ କ୍ୱାର୍ଟର ଫାଇନାଲ, ୩ରେ ସେମି ଫାଇନାଲ ଏବଂ ୫ ତାରିଖରେ ଫାଇନାଲ ଲଢ଼େଇ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.