Latest Odisha News

ଛଟେଇ ହେଲେ ୧୦୦୦ ରୁ ଊର୍ଦ୍ଧ୍ୱ ତିରୁପତି ବାଲାଜୀ ମନ୍ଦିର କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସାରା ଦେଶର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଛି । ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ  କନଟ୍ରାକ୍ଟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ତିରୁପତି ବାଲାଜୀ ମନ୍ଦିରର ଅଧ୍ୟକ୍ଷ ବୋର୍ଡ ବି ସୁବା ରେଡ୍ଡୀ କହିଛନ୍ତି, ଲକଡାଉନ୍ କାରଣରୁ ସମସ୍ତ ଗେଷ୍ଟହାଉସ୍ ବନ୍ଦ ରହିଛି, ଯେଉଁକାରଣରୁ ଏହି କର୍ମଚାରୀଙ୍କୁ କନଟ୍ରାକ୍ଟ ବଢାଯାଇ ନାହିଁ ।

 ଟିଟିଡି ଟ୍ରଷ୍ଟର ମୁଖପାତ୍ର ଟି.ରବିଙ୍କ କହିବା ଅନୁସାରେ, ସମସ୍ତ ନିଷ୍ପତ୍ତି ଆଇନ ଅନୁସାରେ ନିଆଯାଇଛି । କାମ ବନ୍ଦ ହେବା କାରଣରୁ କର୍ମଚାରୀଙ୍କୁ ବାହାର କରିବାର ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖନୀୟ ଯେ, କରୋନା ଭାଇରସ୍ କାରଣରୁ ତିରୁପତି ବାଲାଜୀ ମନ୍ଦିର ୨୦ ମାର୍ଚ୍ଚରୁ ବନ୍ଦ ଅଛି, କିନ୍ତୁ ମନ୍ଦିରରେ ଦୈନିକ ଅନୁଷ୍ଠାନ ପୂଜାରୀଙ୍କ ଦ୍ବାରା କରାଯାଉଛି । ବର୍ତ୍ତାମନ ଆର୍ଥିକ ବର୍ଷ ପାଇଁ ଏହି ମନ୍ଦିରର ବଜେଟ୍ ୩,୩୦୯ କୋଟି ଟଙ୍କା ରହିଛି ।

Leave A Reply

Your email address will not be published.