Latest Odisha News

BREAKING NEWS

ଗଂଜାମ ସୁବଳୟା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ଲଙ୍କାକାଣ୍ଡ

ଗଂଜାମ : ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତ ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଖାଇବାର ମାନକୁ ନେଇ ଲଙ୍କାକାଣ୍ଡ ଭିଆଇଛନ୍ତି ପ୍ରବାସୀ ଶ୍ରମିକ । କେବଳ ଭାତ ଡାଲମା ଦିଆଯାଉଥିବାର ଅଭିଯୋଗ କରି ଆଜି ସେମାନେ ଖାଦ୍ୟକୁ ନ ଖାଇ ପ୍ଲେଟ ସହ ତଳେ ଫୋପାଡି ଦେଇଥିବା ଦେଖିବାକୁ ମିଳିଥିଲା । ଏପରିକି ଦାୟିତ୍ୱରେ ଅଧିକାରୀମାନଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ ।

ଶନିବାର ବସରେ ସୁରତରୁ ଫେରି କ୍ୱାରେଣ୍ଟାଇନରେ ରହିଥିବା ଏହି ଶ୍ରମିକମାନେ ସକାଳେ ଜଳଖିଆ ଭାବରେ ଦିଆଯାଇଥିବା ସୁଜି ଉପମା ଓ ତରକାରୀ ନିମ୍ନ ମାନର ରହିଥିବା ଅଭିଯୋଗ କରିଛନ୍ତି ।

ଏଥି ନେଇ ପ୍ରବଳ ପାଟିତୁଣ୍ଡ କରିବା ସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଧମକାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ହ୍ୱାଟ୍ସଆପ୍‌ରେ ଘୁରି ବୁଲୁଥିବା ବେଳେ ଟ୍ୱିଟର ଓ ଫେସବୁକରେ ଅନେକ ଏହାକୁ ସେୟାର କରି କଡା ସମାଲୋଚନା କରିଛନ୍ତି । ସୁରତ ଫେରନ୍ତା ଶ୍ରମିକଙ୍କ ଏପରି ଆଚରଣ ଏବଂ କ୍ୱାରେଣ୍ଟାଇନ କେନ୍ଦ୍ର ଛାଡି ପଳାଇ ଯିବାକୁ ଧମକକୁ ଅନେକ ସୋସିଆଲ ମିଡିଆରେ ନାପସନ୍ଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶା ଫେରୁଥିବା ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ଛାଡି ନ ଯିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିବା ସହିତ ବିଶୃଙ୍ଖଳା କଲେ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.