Latest Odisha News

BREAKING NEWS

ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡିତାଙ୍କ ମରଶରୀର; ଘର ଆଗରେ ବଢ଼ିଲା ସୁରକ୍ଷା

ପୁରୀ: ଗତକାଲି ଦିଲ୍ଲୀ ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି ଦିଲ୍ଲୀରେ ଶବ ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିବ ମରଶରୀର। ତେବେ ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷା ବଢ଼ିଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ବିରୋଧି ଦଳଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ଆଶଙ୍କା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢିଛି । ଏଜି ଛକରୁ ଗଭର୍ଣ୍ଣର ଛକ ଯାଏ ପୋଲିସ ବ୍ୟାରିକେଡ଼ କରିବା ସହ ସୁରକ୍ଷାକୁ କଡାକଡି କରିଛି ।

ସୂଚନାଥାଉକି, ପୀଡିତାଙ୍କର ମୃତ୍ୟୁ ପରେ ବଳଙ୍ଗା ପୀଡ଼ିତା ବାପାଙ୍କ ବୟାନ୍ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ମାନସିକ ଚିନ୍ତା ଲାଗି ଝିଅ ଜୀବନ ହାରିଛି । ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ମୋ ଝିଅ ଲାଗି ପ୍ରାର୍ଥନା କରନ୍ତୁ, ତା’ ଆତ୍ମା ଶାନ୍ତି ପାଉ ବୋଲି ସେ ଗଣମାଧ୍ୟମରେ କହିଛନ୍ତି ।

ସୂଚନାମୁତାବକ, ବଳଙ୍ଗା ପୀଡ଼ିତାଙ୍କ ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହି ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି।

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛି ଓଡ଼ିଶା ପୋଲିସ। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ ବୋଲି ପୋଲିସ ବିଭାଗ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଛି।

Comments are closed.