Latest Odisha News

BREAKING NEWS

ବଲାଙ୍ଗିରରେ ଆଜିଠୁ ୨ ଦିନିଆ ବନ୍ଦ ଡାକରା, ଜାଣନ୍ତୁ କାହିଁକି

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ସହ ଅନେକ ଦାବି ନେଇ ଆଜିଠୁ ୨ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ୍ ସମେତ ବୀମା ଓ ବ୍ୟାଙ୍କ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏଥିରୁ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବାଦ୍ ଦିଆଯିବ ବୋଲି ଜଣାପଡିଛି ।

ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା, ଲୋୟର୍ ସୁକତେଲ୍ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବି ସହ କାର୍ଯ୍ୟ ଆରମ୍ଭ ଏବଂ ତୁରନ୍ତ ବାଇପାସ୍ ରୋଡ୍ ନିର୍ମାଣ ଦାବି
କରି ଆକ୍ସନ କମିଟି ଆନ୍ଦୋଳନକୁ ଓହ୍ଲାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଆଜି ସକାଳୁ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ପିକେଟିଂ କରାଯାଉଥିବା ବେଳେ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ଶତାଧିକ ସଙ୍ଗଠନ୍ ।

Leave A Reply

Your email address will not be published.