Latest Odisha News

ଆସନ୍ତାକାଲି ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତଥା ନଭେମ୍ବର ୨୧ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।ଜାଣନ୍ତୁ, ଭୁବନେଶ୍ୱର ଓ କଟକର କେଉଁସବୁ ସ୍ଥାନରେ ଗୁରୁବାର ଦିନ ବନ୍ଦ ରହିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର

ଡମଣା, ପଟିଆ, ଗୋଡିସାହି, ନିଳାଦ୍ରି ବିହାର (ସକାଳ ୯ଟାରୁ ଦିନ ୧ଟା ଯାଏଁ)

କଟକ ରୋଡ୍ ଅଞ୍ଚଳ (ସକାଳ ୯ଟାରୁ ୧୧ଟା ଯାଏଁ)

କଟକ

ଚାଉଳିଆଗଞ୍ଜ, କଲ୍ୟାଣୀ ନଗର (ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ)

ବାଦାମବାଡି ଓ ମହାନଦୀ ବିହାର (ସକାଳ ୧୦ଟାରୁ ଦିନ ୧ଟା ଯାଏଁ)

ନିଆଳି (ସକାଳ ୮ଟାରୁ ୧୧ଟା ଯାଏଁ)

ଗୋପାଳପୁର, ବଡଚଣା ଓ ଚୌଦ୍ୱାର (ସକାଳ ୯ଟାରୁ ଦିନ ୧ଟା ଯାଏଁ)

ଢେଙ୍କାନାଳ

ଢେଙ୍କାନାଳ (ସକାଳ ୯ଟା ୩୦ମି.ରୁ ଦିନ ୧ଟା ୩୦ମି. ଯାଏଁ)

ଭାପୁର, ଗଣ୍ଡିଆ, କାଳିଆପାଣି, ଜୋରନ୍ଦା, ନିହଳପ୍ରସାଦ (ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ)

କେନ୍ଦ୍ରାପଡା

ନୂଆପଡା, ଲୁନା (ଦିନ ୧୦ଟାରୁ ଦିନ ୩ଟା ଯାଏଁ)

ବାବର (ସକାଳ ୯ଟା ୩୦ମି.ରୁ ଅପରାହ୍ନ ୪ଟା ୩୦ମି. ଯାଏଁ)

ପୁରୀ

ଚୈତନ୍ୟ, ଅଳିସୀ ଓ ଗାଇନ୍ଦୋଳ (ସକାଳ ୯ଟାରୁ ଦିନ ୧୧ଟା ଯାଏଁ)

Leave A Reply

Your email address will not be published.