Latest Odisha News

BREAKING NEWS

ଭିିଜିଲାନ୍ସ ଜାଲରେ କୃଷି ଅଧିକାରୀ, ଲାଞ୍ଚ ନେବା ବେଳେ ଧରାପଡିଲେ

ବଲାଙ୍ଗୀର: ଭିଜିଲନ୍ସ ଜାଲରେ କୃଷି ଅଧିକାରୀ । ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢୀ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆଜି ସକାଳ ୧୦.୩୦ ପାଖାପାଖି ସମୟ ହେବ ସେ ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦୁର୍ଯ୍ୟେଧନ ବାରିକଙ୍କ ଠାରୁ ଲାଞ୍ଜ ନେବା ବେଳେ ଧରାପଡ଼ିଛନ୍ତି।

ଅଚାନକ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଖବର ପାଇ ଚଢଉ କରିଥିଲେ। ଅନ୍ୟପଟେ କୃଷି ଅଧିକାରୀଙ୍କ ଘର ଯାଞ୍ଚ କରିବା ବେଳେ ଏକ ଗଞ୍ଜେଇ ପ୍ୟାକେଟ ମଧ୍ୟ ପାଇଛି ଭିଜିଲାନ୍ସ ବିଭାଗ । କୃଷି ଅଧିକାରୀଙ୍କୁ ଅଧିକ ପଚରା ଉଚରା କରୁଛି ଭିଜିଲାନ୍ସ ବିଭାଗ । ସେ ଆଗରୁ ଚାଷୀଙ୍କ ଠାରୁ ବାରମ୍ବାର ଲାଞ୍ଚ ନେଉଥିବା ତାଙ୍କ ନାଁ ରେ ଭିଜିଲାନ୍ସ ପାଖରେ ଅଭିଯୋଗ ହେଉଥିଲା।

Comments are closed.