ବଲାଙ୍ଗିର: କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଜିଲ୍ଲାକୁ ଗୁରୁବାର ଦିନ ଠାରୁ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି ।
ଏସମ୍ପର୍କରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ସଟଡାଉନ୍ ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୩ ତାରିଖ ମଧ୍ୟରାତ୍ରି ଯାଏଁ ଲାଗୁ ରହିବ । ଏହି ଅବଧି ମଧ୍ୟରେ ଆନ୍ତଃ-ଜିଲ୍ଲା ଗାଡି ଚଳାଚଳ ବନ୍ଦ ରହିବାକୁ ଥିବା ବେଳେ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିବ ।
ସେହିପରି ଲୋକଙ୍କ ଯାତାୟତ ଓ ଜନ ସମାଗମ ଉପରେ ମଧ୍ୟ କଟକଣା ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସମସ୍ତ ମେଡିସିନ୍ ଦୋକାନ ଓ ହସ୍ପିଟାଲ ଆଦି ଖୋଲା ରହିବା ପାଇଁ ଅନୁମତି ରହିଛି ।
ଏହି ସମୟ ମଧ୍ୟରେ ଯଦି କେହି ନିୟମ ଉଲ୍ଲଘଂନ କରନ୍ତି, ତାହେଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Comments are closed.