Latest Odisha News

BREAKING NEWS

କରୋନାରେ ମୃତ୍ୟୁବରଣ କରିଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ଦୁଇ ଜଣେ ସାମ୍ବାଦିକ କରୋନା ସଂକ୍ରମଣରେ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ମଞ୍ଜୁର କରିଛନ୍ତି ।

ଏନେଇ ରାଜ୍ୟ ସରକାରଙ୍କର ମିଡିଆ ପରାମର୍ଶଦାତା ମାନଓ ମଙ୍ଗରାଜ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ନିକଟ ଅତୀତରେ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତି ଜିଲ୍ଲାର ଅନ୍ୟ ଜଣେ ସାମ୍ବାଦିକ କେ.ସିଏଚ.ରତ୍ନମଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ସାମ୍ବାଦିକ ମାନେ ମୃତ୍ୟୁବରଣ କଲେ, ସେମାନଙ୍କ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.