Latest Odisha News

BREAKING NEWS

ଭାଇର ମର ଶରୀର ଆଣିବାକୁ ନାହିଁ ଅଣ୍ଟିରେ ପଇସା, ସାହାଯ୍ୟ ପାଇଁ ତିନି ଭଉଣୀ ମାଗିଲେ ଭିକ

ବଲାଙ୍ଗୀର: ରାଜେଶ ଛତ୍ରିଆଙ୍କର ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମର ଶରୀର ରହିଛି। ହେଲେ ଆବଶ୍ୟକ ପଇସା ପୈଠ ହୋଇନଥିବାରୁ ମର ଶରୀର ଜିସଚାର୍ଜ ହୋଇପାରୁନି। ଆଉ ଶେଷରେ ଭାଇର ମୃତଦେହ ଛାଡିବା ପାଇଁ ତିନି ଭଉଣୀ ଟଙ୍କା ଯୋଗାଡ କରିବାକୁ ଯା  ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ଯେଉଁ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ, ସେ ତାଙ୍କ ଶବ ଛାଡ଼ିବା ପାଇଁ 50 ହଜାର ଟଙ୍କା ଦାବି କରୁଛନ୍ତି।

ହସ୍ପିଟାଲକୁ ଟଙ୍କା ନଦେବାରୁ ରାଜେଶଙ୍କ ଭଉଣୀମାନେ ଗାଁକୁ ଫେରି ଭିକ ମାଗିବା ଆରମ୍ଭ କରିଛନ୍ତି। ସେମାନେ କହିଛନ୍ତି ଯେ ରାଜେଶ ହେଉଛନ୍ତି ସେମାନଙ୍କ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ପରେ ସେମାନେ ହସ୍ପିଟାଲ୍ ବିଲ୍ ପୈଠ କରିବାକୁ ସକ୍ଷମ ନୁହଁନ୍ତି।

ଜଣେ ସମ୍ପର୍କୀୟ କହିଛନ୍ତି ଯେ ରାଜେଶ ଗତଥର ପଞ୍ଚାୟତ ସମିତି ସଭ୍ୟ ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ନିର୍ବାଚନ ପ୍ରଚାରରେ ନିଜର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ସେ ଏକ କାରଖାନାରେ ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ।

ପାଞ୍ଚଟି ଝିଅ ଥିବା ରାଜେଶଙ୍କ ମାଆ କହିଛନ୍ତି ଯେ କିଛି ଦିନ ତଳେ ତାଙ୍କ ମୃତ୍ୟୁ ଖବର ପରିବାରକୁ ମିଳିଥିଲା। ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ ରାଜେଶ। ସେମାନଙ୍କୁ ହାଇଦ୍ରାବାଦରୁ ଶବ ଫେରାଇ ଆଣିବା ପାଇଁ ସହାୟତା ଯୋଗାଇ ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Comments are closed.