Latest Odisha News

ହାରିବା ଡର ! ମୋଦିଙ୍କ ସହ ମଞ୍ଚରେ ବସିବାକୁ ମନାକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଅଡୁଆ ବଢିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ଶାସକ ଏମଏନଏଫ ନେତା ଜୋରମଥାଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ସବୁଠୁ ଭଲ ହେବ କି ପ୍ରଧାନମନ୍ତ୍ରୀ ମୋଦି ଏକା ଆସିବା ସହ ମଞ୍ଚରେ ଏକା ନିଜର ଭାଷଣ ରଖନ୍ତୁ ବୋଲି ସେ କହିଛନ୍ତି।

ଏହା ପରେ ସେ ଅଲଗା ନିଜର ପ୍ରଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଜୋରାମ ଲୋକେ ଖ୍ରୀଷ୍ଟିଆନ ଅଟନ୍ତି। ଯେତେବେଳେ ମେଟେଇ ସମ୍ପ୍ରଦାୟର ଲୋକେ ବହୁ ଚର୍ଚ୍ଚ ଜଳାଇଥିଲେ ସେତେବେଳେ ମିଜୋରାମ ଲୋକେ ବିରୋଧ କରିଥିଲେ। ଏହି ସମୟରେ ବିଜେପି ସହ ସାଥି ହେଲେ ଦଳ ପାଇଁ ଏହା କ୍ଷତିକାରକ ହେବ ବୋଲି ସେ କହିଛନ୍ତି।

ଆସନ୍ତା ନଭେମ୍ବର ସାତ ତାରିଖରେ ମିଜୋରାମର ୪୦ ଟି ବିଧାନସଭା ସିଟ ପାଇଁ ମତଦାନ ହେବ। ତେଣୁ ଚଳିତ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଆସିବେ।

ମୋଦି ପଶ୍ଚିମ ମିଜୋରାମର ମାମିତ ଗାଁରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଜୋରମଥାଙ୍ଗାଙ୍କ ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜେପି ନେତୃତ୍ୱରେ ଚାଲିଥିବା ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ କେନ୍ଦ୍ରରେ ଏନଡିଏର ଅଂଶୀଦାର।

କଂଗ୍ରେସର ସତ୍ତାକୁ ବିରୋଧ କରି ତାଙ୍କ ଦଳ ଏନଡିଏର ଅଂଶୀଦାର ସାଜିଥିବା ସେ କହିଛନ୍ତି। ଏପରିକି ମଣିପୁର ସରକାର କେନ୍ଦ୍ର ସରକାରଙ୍କ ପାଦରେ ପାଦ ମିଶାଇ ଚାଲୁଥିବା ମିଜୋରାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମଣିପୁରରେ ଶାନ୍ତି ଫେରାଇ ଆଣିବା କେନ୍ଦ୍ରର ଦାୟିତ୍ୱ ଓ ଶାନ୍ତି ଫେରିଲେ ହିଁ ଲୋକେ ଘରକୁ ଫେରିବେ ବୋଲି ସେ କହିଛନ୍ତି। ମିଜୋରାମର ୧୧ ଜିଲ୍ଲାରେ ୮୭ ପ୍ରତିଶତ ଖ୍ରୀଷ୍ଟିଆନ ଧର୍ମର ଲୋକେ ବସବାସ କରନ୍ତି। ତେଣୁ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ରହିଲେ ଶାସକ ଦଳର ଭୋଟ ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି।

ଯେଉଁ କାରଣ ପାଇଁ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବାକୁ ସିଧା ସିଧା ମନା କରିଛନ୍ତି। ଏପରିକି କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମିଜୋରାମ ଗସ୍ତରେ ଯାଇ ଦଳ ସପକ୍ଷରେ ମାହୋଲ ତିଆରି କରିଛନ୍ତି।

ମଣିପୁର ପ୍ରସଙ୍ଗକୁ ଉଠାଇ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଜୋରାମରେ ଟାର୍ଗେଟ କରିଛନ୍ତି ରାହୁଲ। ତେଣୁ ମୋଦିଙ୍କ ସହ ମଞ୍ଚରେ ବସି ଅଡୁଆରେ ପଡିବାକୁ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଚାହୁଁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ ଖୋଦ ଏନଡିଏର ଅଂଶୀଦାର ହୋଇ ମୋଦିଙ୍କ ଗସ୍ତ ସମୟରେ ତାଙ୍କ ସହ ମଞ୍ଚରେ ରହିବାକୁ ମନା କରିବା ନିର୍ବାଚନ ପୂର୍ବରୁ ସାରା ଦେଶକୁ ଏକ ଭିନ୍ନ ବାର୍ତା ଦେଉଛି ବୋଲି କୁହାଯାଉଛି।

Leave A Reply

Your email address will not be published.