Latest Odisha News

BREAKING NEWS

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ଅଣ୍ଟା ଭିଡିଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ବିଜେଡିରେ ଜୋରଦାର ରଣନୀତି ଚାଲିଛି । ତିର୍ତ୍ତୋଲ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ସରିଛି । ୫ ଜଣ ନେତା ତିର୍ତ୍ତୋଲ ଦାୟିତ୍ୱରେ ଅଛନ୍ତି । ଦେବାଶିଷ ସାମନ୍ତରାୟ, ରଘୁନନ୍ଦନ ଦାସ, ସଂଜୟ ଦାସବର୍ମା, ପ୍ରତାପ ଜେନା ଓ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଟିମରେ ରହିଛନ୍ତି । ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି, ଦଳରେ କୌଣସି ଅସନ୍ତୋଷ ନାହିଁ । ଦୁଇଟା ଯାକ ସିଟ୍ ନିହାତି ଜିତିବୁ ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସରେ ୬ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ବାଲେଶ୍ୱର ସଦର ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଦଳର ପ୍ରଥମ ପସନ୍ଦ । ଦଳ ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି । ଉଭୟ ସିଟକୁ ଜିତି ରାଜ୍ୟରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୧୧କୁ ବୃଦ୍ଧି କରିବ ବୋଲି ସୁର ରାଉତରାୟ ଦୃଢୋକ୍ତି କରିଛନ୍ତି ।

Leave A Reply

Your email address will not be published.