Latest Odisha News

BREAKING NEWS

ଫ୍ଲିପ୍‌କାର୍ଟ ଓ ଆମାଜାନ୍‌ଠାରୁ ଆଦାୟ ହେବ ଜରିମାନା !

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପଲ୍ୟୁସନ୍ କଣ୍ଣେ୍ଟ୍ରାଲ ବୋର୍ଡକୁ ମିଳିଛି ନିର୍ଦ୍ଦେଶ । ଯାଂଚ ହେବ ପରିବେଶ ବିରୋଧୀ କାର୍ଯ୍ୟକଳାପ । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର କରୁଥିବା କମ୍ପାନୀକୁ ପ୍ରଥମେ ଚେତାବନୀ ଦିଆଯିବ । ଚେତବନୀକୁ ଅଣଦେଖା କଲେ ସେମାନଙ୍କଠୁ ମୋଟା ଅଙ୍କର ଜରିମାନା ଆଦାୟ କରିବ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ।

ପ୍ଲାଷ୍ଟିକ ବର୍ଜନ ନିୟମକୁ ଉଲ୍ଲଙ୍ଘନ କରିବା ନେଇ ଗ୍ରୀନ ଟ୍ରିବ୍ୟୁନାଲ ସାମ୍ନାକୁ ଆସିଛି ଏକାଧିକ ହାଇ-ପ୍ରୋଫାଇଲ କମ୍ପାନୀର ନାଁ । ଏହି ତାଲିକାରେ ଆଗୁଆ ଅଛନ୍ତି ଆମାଜନ ଓ ଫ୍ଲିପକାର୍ଟ । ଏ ନେଇ ପରିବେଶ ଉପରେ କିପରି ପ୍ରଭାବ ପଡୁଛି, ତା ଉପରେ ଅଡିଟ୍ କରିବାକୁ ସେଣ୍ଟ୍ରାଲ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡକୁ ଦାୟିତ୍ୱ ମିଳିଛି ।

ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର ଚେୟାରମ୍ୟାନ ଜଷ୍ଟିସ୍ ଏ.କେ ଗୋଏଲଙ୍କ ଅନୁଯାୟୀ ଅନେକ ଇ-କମର୍ସ କମ୍ପାନୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ସାଧାରଣତଃ ଗ୍ରାହକଙ୍କୁ ସାମଗ୍ରୀ ଡେଲିଭରି କରିବା ନେଇ ପ୍ୟାକିଂରେ ପ୍ଲାଷ୍ଟିକର ବ୍ୟବହାର ହୋଇଥାଏ । ଏ ନେଇ ପରିବେଶ ପ୍ରଦୂଷିତ ହେଉଥିବାରୁ ଆମାଜନ ଓ ଫ୍ଲିପକାର୍ଟକୁ ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଚେତାବନୀ ଦିଆଯାଇଛି ।

ଦୁଇ କମ୍ପାନୀ ବିରୋଧରେ ଏପରି ବି ଅଭିଯୋଗ ଆସିଛି ଯେ, ସାମଗ୍ରୀର ଆୟତନଠାରୁ ଯଥେଷ୍ଟ ବଡ କାର୍ଡବୋର୍ଡ ପ୍ୟାକିଂ କରାଯାଉଛି । ଡେଲିଭରି ପୂର୍ବରୁ ଯେପରି ସାମଗ୍ରୀ ନଷ୍ଟ ନ ହୁଏ ସେଥିପାଇଁ ପ୍ଲାଷ୍ଟିକର ବହୁଳ ବ୍ୟବହାର ବି ହେଉଛି । ସାମଗ୍ରୀ ଡେଲିଭରି ପରେ ଅତ୍ୟଧିକ ପ୍ଲାଷ୍ଟିକ ଫିଙ୍ଗିଦିଆଯାଇଥାଏ । ଫଳରେ ପରିବେଶ ପୁନର୍ବାର ପ୍ରଦଷିତ ହେଉଛି ।

ତେବେ ଆଗାମୀ ଦିନରେ ଯଦି ଇ-କମର୍ସ କମ୍ପାନୀଗୁଡିକ ଗ୍ରୀନ ଟ୍ରିବ୍ୟୁନାଲ ଚେତାବନୀକୁ ଅଣଦେଖା କରନ୍ତି, ତେବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହୋଇପାରେ ।

Leave A Reply

Your email address will not be published.