Latest Odisha News

BREAKING NEWS

ବାଲେଶ୍ୱର ଉପନିର୍ବାଚନ: କେତେ ଖଣ୍ଡ ଭୋଟ ପାଇଛନ୍ତି ବେଣୁ ମଉସା?

ବାଲେଶ୍ୱର: ମଙ୍ଗଳବାର ରାଜ୍ୟର ଦୁଇଟି ଉପନିର୍ବାଚନରେ ଭୋଟ ଗଣତି ଚାଲିଛି । ଉଭୟ ଆସନରେ ଆଗରେ ରହିଛି ବିଜେଡି । ତେବେ ନିର୍ବାଚନୀ ବେଳେ ଚର୍ଚ୍ଚାରେ ରହିଥିବା ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମେଉସା କେତେ ପାଇଛନ୍ତି ଭୋଟ । ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆଗ୍ରହ ରହିଛି ।

ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ ବହୁ ପଛରେ ବେଣୁ ମଉସା । ସଦର ସର୍ଦ୍ଦାର ହେବାକୁ ଯେଉଁ ଦୌଡ ଚାଲିଛି ସେ ରେସର ବହୁ ଦୂରରେ ରହିଛନ୍ତି ସଦରର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ବାଲେଶ୍ୱର ଉପନିର୍ବାଚନ ଭୋଟ ଗଣତିର ୧୭ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମାତ୍ର ୬୫୦ ଖଣ୍ଡ ଭୋଟ ମିଳିଛି । ଯାହା ଅତ୍ୟନ୍ତ ନୈରାଶ୍ୟ ଜନକ ।

ପ୍ରଥମ ରାଉଣ୍ଡରେ ୩୦, ୨ୟ ରାଉଣ୍ଡରେ ୪୨, ୩ୟ ରାଉଣ୍ଡରେ ୨୭, ୪ର୍ଥ ରାଉଣ୍ଡରେ ୨୮, ୫ମ ରାଉଣ୍ଡରେ ୩୧, ୬ଷ୍ଠ ରାଉଣ୍ଡରେ ୩୩, ୭ମ ରାଉଣ୍ଡରେ ୨୬, ୮ମ ରାଉଣ୍ଡରେ ୩୩, ୯ମ ରାଉଣ୍ଡରେ ୫୦, ଦଶମରେ ୨୬ । ସେହିପରି ୧୧ରେ ୨୬, ୧୨ରେ ୪୩, ୧୩ରେ ୨୫, ୧୪ରେ ୪୬, ୧୫ ରାଉଣ୍ଡରେ ୫୨ ଏବଂ ୧୬ ରାଉଣ୍ଡରେ ୬୬ ଖଣ୍ଡ ଭୋଟ ସହ ମୋଟ ୫୮୪ ଖଣ୍ଡ ଭୋଟ ପାଇ ଲଢେଇ ଜାରି ରଖିଛନ୍ତି ବେଣୁଧର ।

ସୋଶାଲ୍ ମିଡିଆରେ ବିଜେଡି ଓ ବିଜେପିଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ମଉସା। ପ୍ରଥମେ ସାଇକେଲ, ତା’ପରେ ଘୋଡାଗାଡି, ରିକ୍ସା ଏବଂ ପରେ ମର୍ସଡିଜରେ ପ୍ରଚାର କରିଥିବା ବେଣୁ ମେଉସା ପ୍ରଚାର ବେଳେ ବେଶ୍ ଚର୍ଚ୍ଚା ସାଉଁଟିଥିଲେ । ଏପରିକି ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଭୋଟ୍‌ ଗଣତିରେ ବେଣୁ ମଉସା ବହୁ ପଛରେ ପଡ଼ିଯାଇଛନ୍ତି।

 

Leave A Reply

Your email address will not be published.