Latest Odisha News

ଆଜି ବାଲେଶ୍ୱର ବନ୍ଦ ଡାକରା; ସେପଟେ, ଲୋକସେବା ଭବନ ଘେରିବ ବିଜେଡି

ବାଲେଶ୍ବର: ଆଜି ବିଜେଡି ତରଫରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ବର ବନ୍ଦ ପାଳନ । ଏଫଏମ୍ ସ୍ୱୟଂଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ବୁଧବାର ସମଗ୍ର ବାଲେଶ୍ୱର ଜିଲ୍ଲାରେ ବନ୍ଦ ପାଳନ ।

ଏହି ସମୟରେ ଦୋକାନ ବଜାର, ସରକାରୀ ଅଫିସ୍, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଏହି ବନ୍ଦ ସମୟରେ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ ତରଫରୁ ଆଜି ଲୋକସେବା ଭବନ ଘେରାଉ କରାଯିବ । ଏହି ଘେରାଉ କାର୍ଯ୍ୟକ୍ରମ ସକାଳ ୧୦ଟାରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

ଏନେଇ ସବୁ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍‌ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନ ଓ ଆଖପାଖ ଅଫିସ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ନେଇ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସାଢ଼େ ୯ଟାରୁ ଲୋକସେବା ଭବନ ସମ୍ମୁଖ ଗେଟ୍‌ ବନ୍ଦ କରାଯିବ ।

Comments are closed.