Latest Odisha News

ଭୋଟ୍ ଦେଲେ ପ୍ରତାପ ଷଡଙ୍ଗୀ,କହିଲେ ଗଣତନ୍ତ୍ରରେ ରାଜାର ପୁଅ ରାଜା ହୋଇ ନଥାଏ

ବାଲେଶ୍ବର: ଭୋଟ୍ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ  । ନିଜ ଘରେ ପୂଜାର୍ଚ୍ଚନା ପରେ ଭୋଟ ଦେଲେ ପ୍ରତାପ ଷଡଙ୍ଗୀ  । ସାଇକେଲରେ ଆସି ନିଜ ଗାଁ ବାଲେଶ୍ବର ଜିଲ୍ଲାର ଧୋବଶଳ ବୁଥ୍ ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ବହୁତ ଆନନ୍ଦ ଅନୁଭବ କରୁଛି ।

ବିଜେପି ୪୦୦ ସିଟ୍ ଅତିକ୍ରମ କରିବ ବୋଲି ମଧ୍ୟ ସେ କହିଛନ୍ତି । ବାଲେଶ୍ବରରେ ଉଭୟ ଏମେଲେ ,ଏମପି ବିଜେପି ଜିତିବ । ରିକ୍ସାବାଲା ବି ରାଷ୍ଟ୍ରପତି ହୋଇପାରେ,ଚା’ ବିକାଳି ବି ପ୍ରଧାନମନ୍ତ୍ରୀ ହୋଇପାରେ । ଗଣତନ୍ତ୍ରରେ ରାଜାର ପୁଅ ରାଜା ହୋଇ ନଥାଏ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ସେହିପରି ମତଦାନରେ ସାମିଲ ହେଲେ ଵିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ୧୪୨ ନମ୍ୱର ନଂ ଵୁଥ ଚିଙ୍ଗୁଡ଼ିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ କଲେ ନିଜର ମତାଧିକାର ସାବ୍ୟସ୍ତ । ସେହିପରି ଅନେକ ନେତା ଓ ମନ୍ତ୍ରୀ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ଭୋଟ୍ ଦେଇଛନ୍ତି ।

ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ ଜଗତସିଂହପୁର, କେନ୍ଦ୍ରାପଡ଼ା,ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି  । ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିମଧ୍ୟରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି।

Comments are closed.