Latest Odisha News

BREAKING NEWS

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା; ‘ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ’

ବାଲେଶ୍ବର: ନ୍ୟାୟ ନ ପାଇ ବାଲେଶ୍ୱର ଫକିର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କଲେଜ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ ଏହି ଘଟଣାପାଇଁ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ।

ସାଂସଦ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ, କିଛି ଦିନ ତଳେ ଏହି ସମସ୍ୟା ନେଇ ଛାତ୍ରୀ ଜଣଙ୍କ ବାଲେଶ୍ବର ସାଂସଦଙ୍କ ପାଖକୁ ଯାଇଥିଲେ । ଏହା ପରେ ଘଟଣା ସଂପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିଥିଲେ ପ୍ରତାପ ଷଡ଼ଙ୍ଗୀ । ଘଟଣା ସଂପର୍କରେ ଇଣ୍ଟରନାଲ କମିଟିରେ ଛାତ୍ରୀଙ୍କର ସମସ୍ୟା ବିଷୟରେ ଆଲୋଚନା କରିବା ବଦଳରେ କେବଳ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ପ୍ରଶଂସା କରାଯାଇଥିବା କହିଛନ୍ତି ପ୍ରତାପ ଷଡଙ୍ଗୀ ।

ଛାତ୍ରୀ ଜଣକ ଏବେ ଭୁବନେଶ୍ଵର ଏମ୍ସରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୀଡ଼ିତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିବାବେଳେ ଆଗାମୀ ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ । ବର୍ତ୍ତମାନ ସୁଦ୍ଧା ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ।

Comments are closed.