Latest Odisha News

BREAKING NEWS

ତିର୍ତ୍ତୋଲ୍ ଓ ବାଲେଶ୍ୱର ଉପନିର୍ବାଚନ; ପୋଷ୍ଟାଲ୍ ବାଲାଟରେ ଭୋଟ ଦେବେ କୋଭିଡ ଭୋଟର

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଶୁକ୍ରବାର ଦିନ ଏହି ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ।

ଏହି ପରିପ୍ରେକ୍ଷୀରେ ଯେଉଁ ଭୋଟର ମାନେ କୋଭିଡ ସଂକ୍ରମିତ ଓ ବୟସ୍କ ହୋଇଥିବେ, ସେମାନେ ପୋଷ୍ଟାଲ୍ ବାଲାଟରେ ଭୋଟ ଦେବେ ବୋଲି ସୂଚନା ମିଳିଛି । ଏସମ୍ପର୍କରେ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ପ୍ରାପ୍ତ ସୂଚନାନୁଯାୟୀ, ଉପ ନିର୍ବାଚନ ଲାଗି ନାମାଙ୍କନ ଦାଖଲର ପ୍ରଥମ ଦିନରୁ ଅମ୍ମ୍ କରି ଅକ୍ଟୋବର ୧୪ ତାରିଖ ମଧ୍ୟରେ ଏହି ବର୍ଗର ଭୋଟର ମାନେ ପୋଷ୍ଟାଲ୍ ବାଲାଟ୍ ପାଇଁ ଫର୍ମରେ ଆବେଦନ କରିପାରିବେ ।

ପରେ ଅକ୍ଟୋବର ୨୧ରୁ ନଭେମ୍ବର ପହିଲା ସୁଦ୍ଧା ପୋଲିଂ ଅଧିକାରୀ ମାନେ ଘରକୁ ଘର ବୁଲି ଏଭଳି ମତଦାତା ମାନଙ୍କୁ ପୋଷ୍ଟାଲ୍ ବାଲାଟ୍ ଯୋଗାଇ ଦେବେ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ଭୋଟ ଦେବା ପରେ ମୁଦା ଲଫାପାରେ ପୋଷ୍ଟାଲ୍ ବାଲାଟକୁ ପୁଣି ଫେରାଇ ନେବେ ଅଧିକାରୀ ମାନେ ।

Leave A Reply

Your email address will not be published.