Latest Odisha News

ଆଜି ପାଟନା ନିଆଯିବ ପାଶଓ୍ୱାନଙ୍କ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପାଟନାରେ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନଙ୍କ ଶେଷକୃତ୍ୟ । ଆଜି ତାଙ୍କର ପାର୍ଥିବ ଶରୀରକୁ ଦିଲ୍ଲୀରୁ ପାଟନା ଅଭିମୁଖେ ନିଆଯିବ । ଆଜି ହସ୍ପିଟାଲରୁ ମରଶରୀରକୁ ଦିଲ୍ଲୀ ଜନପଥ ସ୍ଥିତ ବାସଭବନକୁ ଅଣାଯାଇଥିଲା ।

ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଅନ୍ତିମ ବିଦାୟ ଜଣାଇଛନ୍ତି ।

ଜନ୍ମଭୂମି ଓ କର୍ମଭୂମି ପାଟନାରେ ପାଶଓ୍ୱାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ ସମର୍ଥକ । ଅନ୍ତିମ ଦର୍ଶ ପାଇଁ ଲୋକ ଜନଶକ୍ତି ପାର୍ଟି ଅଫିସରେ ତାଙ୍କର ପାର୍ଥିବ ଶରୀରକୁ ରଖାଯିବ । ଦଳୀୟ ନେତା ଓ କର୍ମୀ ଶେଷ ଦର୍ଶନ କରିବେ । ଆସନ୍ତାକାଲି ତାଙ୍କର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।

ତାଙ୍କୁ ସମ୍ମାନ ଜଣାଇ ଆଜି ଦେଶବ୍ୟାପୀ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଛି । ସେହିପରି ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ ।

ଗତକାଲି ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନ । ବହୁ ଦିନରୁ ସେ ଅସୁସ୍ଥ ଥିଲେ । ନିକଟରେ ଦିଲ୍ଲାର ଏକ ହସ୍ପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା । ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିଲେ ପାଶଓ୍ୱାନ ।

Leave A Reply

Your email address will not be published.