ବାଲେଶ୍ୱର:କାଳ ହେଲା ଫୁଲ ଚୋରି । ଫୁଲ ତୋଳିବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ ଆଘାତ । ଚାଲିଗଲା ଯୁବକଙ୍କ ଜୀବନ ।ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ ନମ୍ବର ଓ୍ବାର୍ଡ ଅଧିନ ସାନଅତା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ମୃତକ ହେଉଛନନ୍ତି ତାପସ ଦାସ। ଭୋର ସମୟରେ ପଡୋଶୀ ଦିଲ୍ଲୀପ ରାଉତଙ୍କ ଫୁଲବାଡ଼ିରେ ଫୁଲ ତୋଳିବା ପାଇଁ ଯାଇଥିଲେ ତାପସ। ହେଲେ ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେଠାରେ ପୂର୍ବରୁ ବିଦ୍ୟୁତ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ ମୃତକଙ୍କ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।
ସେପଟେ ଜାଗା ମାଲିକଙ୍କ ମା’ ବିଦ୍ୟୁତ କରେଣ୍ଟ ଲାଗିବାକୁ ଖଣ୍ଡନ କରିଛନ୍ତି । ବାଡ଼ିରେ ବିଦ୍ୟୁତ୍ ସେ ଦେଇ ନ ଥିଲେ। ଯୁବକଙ୍କ ମୃତ୍ୟୁ କିପରି ହେଲା ସେ ଜାଣିନାହାନ୍ତି କହିଛନ୍ତି ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।
Comments are closed.