Latest Odisha News

BREAKING NEWS

ରଥଯାତ୍ରା ଦେଖୁଥିବା ବେଳେ ବାଲକୋନି ଭୁଶୁଡି ପଡ଼ିବାରୁ ଜଣେ ମୃତ, ୫ ଆହତ

ଅହମଦାବାଦ: ମଙ୍ଗଳବାର ଏକ ବାଲକୋନି ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଅହମଦାବାଦରେ ରଥଯାତ୍ରା ସମୟରେ ଦରିୟାପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି।

BjdElectrycity

ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ଭୁଶୁଡ଼ିବା ପରେ ରାସ୍ତାରେ ଲୋକମାନେ ଏଣେତେଣୁ ଦୌଡିବା ପରେ ଏକାଠି ହୋଇଯାଉଛନ୍ତି। ବାଲକୋନିରୁ ଧ୍ୱଂସାବଶେଷ ଖସି ପଡ଼ିବାରୁ ଲୋକେ ସୁରକ୍ଷା ପାଇଁ ଏଣେତେଣେ ଧାଇଁ ପଳାଉଥିବା ଦେଖିବାକୁ ମିଳିଛି।

ଦରିୟାପୁର ଥାନା ଇନ୍ସପେକ୍ଟର ଜେଏସ୍ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆହତ ହୋଇଥିବା କିଛି ଲୋକ ଦ୍ୱିତୀୟ ମହଲା ବାରଣ୍ଡାରେ ଛିଡ଼ା ହୋଇ ରଥଯାତ୍ରା ଦେଖୁଥିବା ବେଳେ କିଛି ତଳେ ଛିଡ଼ା ହୋଇ ଦେଖୁଥିଲେ। ଚିକିତ୍ସାଧିନ ଅବସ୍ଥାରେ ମେହୁଲ ପାଞ୍ଚାଲ ନାମକ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ସ୍ଥିର ରହିଛି।

କଂଗ୍ରେସ ନେତା ଅର୍ଜୁନ ମୋଢବାଡିଆ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ରଥଯାତ୍ରା ସମୟରେ ଅହମଦାବାଦରେ ବାଲକୋନି ଭୁଶୁଡିବା ଘଟଣା ଦୁଃଖଦାୟକ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହା ଏକ ଗୁରୁତର ଅବହେଳା ମାମଲା ଏବଂ ଏହାର ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ସେ ଟ୍ୱିଟ୍ କରି କହିଛନ୍ତି।

କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି। ତେବେ ବାଲକୋନିଟି ଦୁର୍ବଳ ହୋଇଯାଇଥିବାରୁ ଭାରସାମ୍ୟ ହରାଇ ଭାଙ୍ଗି ଯାଇଥିବା କୁହାଯାଉଛି।

Leave A Reply

Your email address will not be published.