Latest Odisha News

BREAKING NEWS

ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦ୍ରାପଡା : କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସାନ ଭାଈ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନ ବେଦୀରେ ବିରାଜିଛନ୍ତି ତୁଳସୀକ୍ଷେତ୍ରର କ୍ଷେତ୍ରଧିପତି ସିଦ୍ଧ ବଳଦେବ ଜୀଉ । ସମସ୍ତ କଟକଣା ଅନୁଯାୟୀ ସ୍ୱତନ୍ତ୍ର ରୀତି ଓ ନୀତି ମୁତାବକ ଚାଲିଛି ସ୍ନାନ ଯାତ୍ରା । ପ୍ରତ୍ୟୁଷରୁ ମଙ୍ଗଳାର୍ପଣ ସରିବା ୭ଟା ସମୟରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସ୍ନାନବେଦୀକୁ ବିଜେ କରିବା ପରେ ଜୟମଙ୍ଗଳା ଆଳତୀ । ପରେ ମହାପ୍ରଭୁଙ୍କୁ ବସ୍ତ୍ର ପରିଧାନ କରାଯାଇ ବଲ୍ଲଭ କାର୍ଯ୍ୟ ସମାପନ କରାଯାଇଥିଲା ।
ପରେ ଶ୍ରୀଜୀଉଙ୍କ ନୀତିସ୍ନାନ ଅନୁଷ୍ଠିତ ହୋଇଥିଲା । ନୀତିସ୍ନାନ ଅନୁଯାୟୀ ୧୦୮ ସୁବାସିତ ଜଳରେ ସ୍ନାନ କରିଥିଲେ ବଡ଼ ଠାକୁର । ଏ ସମସ୍ତ ନୀତିକ୍ରାନ୍ତି ଶେଷ ହେବା ପରେ ପରେ ଶ୍ରୀଜିଉ ଶ୍ରଦ୍ଧାଳୁ ମାନଙ୍କୁ ହାତୀ ବେଶରେ ଦର୍ଶନ ଦେବେ । ନିୟମ ଅନୁସାରେ ୨ଟାରେ ଖେଚୁଡି ଭୋଗ ଓ ଧୂପନୀତି କରାଯିବ । ତା ପରେ ସଂଧ୍ୟାରେ ଶ୍ରୀଜିଉଙ୍କର ପହଣ୍ଡି ହୋଇ ଜିଉ ଅଣସର ଘରକୁ ଯିବେ ।
Leave A Reply

Your email address will not be published.