Latest Odisha News

BREAKING NEWS

ସ୍ନାନ ମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ଗଜାନନ ବେଶ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଲାଗି ପରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ କରୋନା ଯୋଗୁ ଚର୍ମଚକ୍ଷୁରେ ବଡ଼ଦାଣ୍ଡରେ ଏହି ବେଶ ଦେଖିବାରୁ ଏବର୍ଷ ବଞ୍ଚିତ ହୋଇଛନ୍ତି ଭକ୍ତ ।

ସ୍ନାନବେଦୀରେ ଶ୍ରୀଜିଉ ବିରାଜମାନ କରିଛନ୍ତି । କିନ୍ତୁ ସାମନାରେ ନାହାନ୍ତି ଭକ୍ତଗଣ । ଘରେ ଭକ୍ତ ମହାବାହୁଙ୍କ ଏବହି ବେଶ ଟିଭି ପରଦାରେ ଦେଖୁଛନ୍ତି । ଏପଟେ ପତିତ ଜନଙ୍କୁ ଦେଖିବା ପାଇଁ ସ୍ନାନବେଦୀରେ ଅଧିଷ୍ଠିତ ଶ୍ରୀଜିଉ ନିଜ ଭକ୍ତଙ୍କୁ ନପାଇ ବ୍ୟାକୁଳ । ଚତୁର୍ଦ୍ଧାମୂର୍ତ୍ତିଙ୍କ ହାତୀ ବେଶ ଦେଖୁଛି ସାରା ଜଗତ । ନୀତି ନିର୍ଘଣ୍ଟ ଅନୁସାରେ ସବୁ କାର୍ୟ୍ୟ ସମ୍ପାଦିତ ହେଉଛି ।

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବା ଶ୍ରୀଜିଉ ଜ୍ୱରରେ ପୀଡ଼ିତ ହେବ । ଅଣସର ଘରକୁ ବିଜେ କରିବେ ମହାପ୍ରଭୁ । ସେଠାରେ ୧୪ ଦିନ ତାଙ୍କର ଗୁପ୍ତ ଉପଚାର କରିବେ ଦଇତାପତି ସେବାୟତ । ତାପରେ ନବଯୌବନ ବେଶରେ ରତ୍ନ ସିଂହାସନରେ ଦର୍ଶ ଦେବେ ମହାପ୍ରଭୁ । ନବଯୌବନ ଦର୍ଶନ ପରେ କାଳିଆ ସାଆନ୍ତେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥ ଚଢ଼ି ଜନ୍ମବେଦୀ ବିଜେ କରିବେ ।

Leave A Reply

Your email address will not be published.