Latest Odisha News

BREAKING NEWS

‘ବାଲିଯାତ୍ରା’କୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା।

ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଲୋକସେବା ଭବନରେ ଆୟୋଜିତ ହୋଇଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମସ୍ତ ଦାବିଗୁଡିକୁ ପରିଶେଷରେ ମାନିଛନ୍ତି ସରକାର ।

ଏହି ଅବସରରେ ରାଜ୍ୟ ଲୋକ ସେବା ଭବନରେ ଗୁରୁତ୍ୱପୂର୍ଣ ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଆହୁରି ମଧ୍ୟ ଏହି ଐତିହାସିକ ବାଲିଯାତ୍ରା ଲାଗି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.