Latest Odisha News

BREAKING NEWS

ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର ଆହତ !

ଝାରସୁଗୁଡା: ସରକାର ବିଦ୍ୟାଳୟ ଗୁଡିକୁ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଝାରସୁଗୁଡା ଜିଲ୍ଲା ବାଲିଜୋରି ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଦ୍ୟାଳୟରେ କିଛି ଛାତ୍ରଙ୍କ ମଧ୍ୟରେ କୌଣସି କାରଣବଶତଃ ଗଣ୍ଡଗୋଳ ହୋଇଥିଲା । ଯାହାର ସମାଧାନ ତଥା ପିଲାମାନଙ୍କୁ ଆକଟ କରିବାକୁ ଯାଇ ପ୍ରଧାନଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରିଥିଲେ । ପରବର୍ତ୍ତୀ ସମୟରେ ଛାତ୍ରଜଣକ ଘରକୁ ଯିବାପରେ ଅସୁସ୍ଥ ହୋଇପଡିବାରୁ ପରିବାର ବର୍ଗ ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ।

ଆହତ ଛାତ୍ରଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ନେଇ ଜଣାପଡିଛି ।

ତେବେ ଏନେଇ କୌଣସି ଏତଲା ଦାୟର ହୋଇନଥିବା ବେଳେ ଘଟଣାର ତଦନ୍ତ କରିବା ପାଇଁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.