Latest Odisha News

BREAKING NEWS

କଟକର ଐତିହାସିକ ବାଲିଯାତ୍ରାରେ ଏହା ଆପଣଙ୍କୁ ଆକର୍ଷିତ କରିପାରେ, କ’ଣ ତାହା ଜାଣନ୍ତୁ…

କଟକ: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ପ୍ରାଚୀନ କଳିଙ୍ଗ ରାଜ୍ୟର ଐତିହ୍ୟକୁ ସ୍ମୃତିଚାରଣ କରିଥାଏ ଐତିହାସିକ ବାଲିଯାତ୍ରା । ଉତ୍କଳଦେଶର ଓଡ଼ିଆ ସାଧବପୁଅମାନେ ପ୍ରାଚୀନ କାଳରେ ଏବେକାର ଇଣ୍ଡୋନେସିଆ ବା ବାଲିଦ୍ୱୀପକୁ ବୋଇତ ନେଇ ଯାଉଥିଲେ ବାଜିଜ୍ୟ କାରବାର କରିବାକୁ ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କଟକରେ ଅନୁଷ୍ଠିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ ଏବଂ ବାଣିଜ୍ୟିକ ମେଳାର ମହୋତ୍ସବ ‘ବାଲିଯାତ୍ରା’ । ପ୍ରାଚୀନ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଏବଂ ଶ୍ରୀଲଙ୍କାକୁ ଆମ ଓଡ଼ିଆ ସାଧବମାନେ ଯାଉଥିଲେ ବେପାର କରିବାକୁ । କିମ୍ବଦନ୍ତୀ କହେ ସାଧବପୁଅମାନେ କଟକରେ ପହଞ୍ଚିଲାପରେ ସାଧବପୁଅମାନେ ଏହି ମହାନଦୀପଠାରେ ସେମାନେ ସେହି ସ୍ଥାନର ସାମଗ୍ରୀ ଗୁଡ଼ିକୁ ଏହିଠାରେ କିଛିଦିନ ବିକ୍ରି କରିଥାଆନ୍ତି । ପରବର୍ତ୍ତୀ ସମୟରେ ସ୍ଥାନୀୟ ଦୋକାନୀମାନେ ଏହି ପରମ୍ପରାକୁ ଉଜ୍ଜିବୀତ କରିବାକୁ ଏଠାରେ ବାଣିଜ୍ୟ ମେଳା ଆରମ୍ଭ କରିଥିଲେ । ଚଳିତବର୍ଷ ଏହି ମେଳା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଉଦଯାପିତ ହେବ ।

ଅନେକ ଶତାବ୍ଦୀରୁ ହିଁ କଟକ ମହାନଦୀର ବାଲିପଠାରେ ଅନୁଷ୍ଠିତ ହୋଇଆସୁଛି ଏହି ଐତିହାସିକ ବାଲିଯାତ୍ରା ଉତ୍ସବ ।

କଟକ ଜିଲ୍ଲାପାଳ ‘ଓଡ଼ିଶା ସମ୍ବାଦ’କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏଥର ବାଲିଯାତ୍ରାରେ ନୂଆ ଆକର୍ଷଣ ଦେଖିବାକୁ ମିଳିବ ।

ବୋଟି:

ଏଠାରେ ରହିଥିବା ହ୍ରଦରେ ବୋଟିଂ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନଙ୍କ ସୁବିଧା ଲାଗି ବାଲିଯାତ୍ରାର ଅବ୍ୟବହିତ ପୂର୍ବରୁ ରିଂ-ରୋଡ୍ ନିକଟରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥ୍ା କରାଯାଇଛି । ଏସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି “ଏଠାରେ ବାଲିଯାତ୍ରା ପର୍ଯ୍ୟଟକମାନଙ୍କ ଲାଗି ୨ଟି ବୋଟ ଏନସିସି ଜେଟିରୁ ବାଲିଯାତ୍ରାସ୍ଥଳୀକୁ ଯିବାକୁ ବ୍ୟବସ୍ଥା ହୋଇଛି ।”

ଅସ୍ଥାୟୀ ପାଇଖାନା:

ବାଲିଯାତ୍ରା ବାଲିପଠାରେ ଏଥର ପର୍ଯ୍ୟଟକମାନଙ୍କ ଲାଗି ୮୦ଟି ଅସ୍ଥାୟୀ ପାଇଖାନାର ସୁବନ୍ଦୋବସ୍ତ ହୋଇଛି । ଜାପାନର ଜାପାନ ଇଣ୍ଟରନ୍ୟାସନାଲ କର୍ପୋରେସନ ଏଜେନ୍ସି (ଜେଆଇସିଏ) ଏବଂ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଛି ।

ପଲିଥିନ ଓ ଫ୍ଲେକ୍ସ ବ୍ୟାନ:

ଏଥର ବାଲିଯାତ୍ରାରେ ପଲିଥିନ ପ୍ରଚଳନ ସମ୍ପୂର୍ଣ୍ଣ କଟକଣା ରହିଛି । ଫ୍ଲେକ୍ସର ବ୍ୟାନ ନଥିଲେ ମଧ୍ୟ ଚଳିତ ବର୍ଷ ସମସ୍ତ ଭେଣ୍ଡରମାନଙ୍କୁ କପଡ଼ା ମାଧ୍ୟମରେ ବ୍ୟାନର୍ କରିବାକୁ ଉତ୍ସାହିତ କରାଯାଇଛି ।

ମୋ ସାଇକେଲ୍ ଓ ମୋ ରିକ୍ସା:

ବାଲିଯାତ୍ରା ପାର୍କିଂ ସ୍ଥାନରେ ସାଇକେଲ୍ ଓ ରିକ୍ସା ଉପଲବ୍ଧ ରହିବ । ଏସମ୍ପର୍କରେ ଦର ଜଣାଇଦିଆଯିବ । ଏହିବର୍ଷ ମଧ୍ୟ ପ୍ରଥମଥର ଲାଗି ଜନସାଧାରଣ ନିଜ ନିଜ ସାଇକେଲ ଚଲାଇବା ସହିତ ମାଗଣାରେ ପାର୍କିଂ କରିବାର ବ୍ୟବସ୍ଥା ହୋଇଛି ।

ଖାଦ୍ୟ ପଦାର୍ଥ ଉପରେ କଡ଼ା ନଜର:

କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ଏଥର ବାଲିଯାତ୍ରାରେ ବିକ୍ରି ହେଉଥିବା ସମସ୍ତ ଖାଦ୍ୟ ପଦାର୍ଥ ଉପରେ କଡ଼ା ନଜର ରଖିବେ । ଉନ୍ନତମାନର ଖାଦ୍ୟପଦାର୍ଥ ବିକ୍ରି ଉପରେ ଜୋର ଦେବାକୁ ସିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୁରକ୍ଷିତ ରାମଦୋଳି ଉପରେ ଜୋର୍:

ରାଜ୍ୟ ଇଲେକ୍ଟ୍ରିସିଟି ୟୁଟିଲିଟି (ସେସୁ) ପକ୍ଷରୁ ସୁରକ୍ଷିତ ଦୋଳି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟସ୍ତରୀୟ ପୁରସ୍କାର ବ୍ୟବସ୍ଥା:

ଏଥର ବାଲିଯାତ୍ରାକୁ ଅଧିକ ଚିତାକର୍ଷକ କରିବାକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି । ୩ଟି ହ୍ରଦ, ୪ଟି ପ୍ଲାଟଫର୍ମ ଏବଂ ମହାନଦୀ ମଣ୍ଡପରେ ଆରତୀ ବ୍ୟବସ୍ଥା ହୋଇଛି । ନଦୀ ଅବବାହିକାକୁ ସ୍ୱଚ୍ଛ ରଖିବାର ଲକ୍ଷ୍ୟ ରଖି ଦୈନିକ ଆରତୀ ବ୍ୟବସ୍ଥା କରାଯାଇଛି ।

ଏବର୍ଷ ବଲିଉଡ୍ ସେଲେବ୍ରିଟିଙ୍କ ଚମକ ଦେଖିବାକୁ ମିଳିବ ବାଲିଯାତ୍ରାରେ:

ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ସନ୍ଧ୍ୟାକୁ ଅଧିକ ଆକର୍ଷିତ କରିବା ଲାଗି ବଲିଉଡର ନାମୀ ଦାମୀ କଳାକାର ଏଥର ବାଲିଯାତ୍ରା ଉତ୍ସବରେ ଯୋଗଦେବେ । ବଲିଉଡର ସ୍ୱନାମଧନ୍ୟ ଗାୟକ ଦଲେର୍ ମେହେନ୍ଦି, ସୋନା ମହାପାତ୍ର, କେକେ ଏବଂ ରୁତୁରାଜ ମହାନ୍ତି ଏଠାରେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ସମୟ ଅବଧି:

ପ୍ରତିଦିନ ରାତି ୧୦ଟା ସମୟରେ ବାଲିଯାତ୍ରା ଉତ୍ସବ ବନ୍ଦ ରହିବ ।

ପଥ ଉତ୍ସବ:

ଇାବାଲିଯାତ୍ରାକୁ ଅଧିକ ଚିତାକର୍ଷକ କରିବାକୁ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୁନିକୁନି ପିଲାମାନେ ତଥା ବୟସ୍କ ବ୍ୟକ୍ତିମାନେ ଏହି ପଥ ଉତ୍ସବରେ ସ୍ୱତନ୍ତ୍ରଭାବେ ଅଂଶଗ୍ରହଣ କରିପାରିବେ । ପ୍ରତିଦିନ ସକାଳ ୬ଟା ୩୦ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ୯ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସବୁଠାରୁ ବଡ଼କଥା ହେଲା ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହ୍ୱିଲ୍ ଚେୟାର ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବୁଲି ଦେଖିପାରିବେ । ସେମାନଙ୍କ ଲାଗି ହ୍ୱିଲ୍ ଚେୟାର୍ ବ୍ୟବସ୍ଥା ହୋଇଛି ।

ବାୟୁ ପ୍ରଦୂଷଣର ସୁବ୍ୟବସ୍ଥା:

ଇଣ୍ଡିଆନ୍ ମେଟାଲ୍ ଏଣ୍ଡ ଫେରୋ ଆଲୋଏଜ (ଇମଫା) ପକ୍ଷରୁ ଏୟାର୍ କ୍ୟାନନ୍ ମେସିନ ଖଞ୍ଜାଯାଇଛି । ଏହାଫଳରେ ବାଲିଯାତ୍ରା ପଡ଼ିଆରେ ଧୁଳିଉଡ଼ିବା ହ୍ରାସ ପାଇପାରିବ ।

Leave A Reply

Your email address will not be published.