ଭୁବନେଶ୍ୱର: ଶେଷରେ ଆଖି ବୁଜିଲେ ବାଲିପାଟଣାର ଜୀବନ ହରିବାକୁ ଉଦ୍ୟମ କରିଥିବା ଯୁବକ। ଗତକାଲି ପେଟ୍ରୋଲରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ପ୍ରାୟ ୪ ଟାରେ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ (୪୦)। ପେଟ୍ରୋଲ ନିଆଁରେ ଶରୀରର ଶହେ ପ୍ରତିଶତ ଜଳି ଯାଇଥିଲା।
ସମ୍ପତ୍ତି ପାଇଁ ବାପା, ସାବତ ମାଆ ଓ ସାନ ଭାଇଙ୍କୁ ପେଟ୍ରୋଲ ଢାଳି ମାରିଦେଇଥିବା ଜ୍ୟୋତି ଗୁରୁତର ଅବସ୍ଥାରେ ବୟାନ ଦେଇଥିଲେ। ରାତି ପ୍ରାୟ ୪ ଟାରେ ଏମ୍ସରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିବା ସମ୍ପର୍କୀୟ କହିଛନ୍ତି।
ପୋଲିସ ବାପା ସୁରେନ୍ଦ୍ର ନାଥ ମଠିଆ, ସାନ ପୁଅ ପ୍ରଶାନ୍ତ ମଠିଆଙ୍କୁ ଥାନାରେ ଅଟକ ରଖିଛି। ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜ୍ୟୋତି ନିଜେ କହିଛନ୍ତି। ସୂଚନା ଥାଉକି ଗତକାଲି କାଲି ନିଆଁ ଲାଗି ଯୁବକଙ୍କ ପୁରା ଶରୀର ଜଳିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମସ ସ୍ଥାନାନ୍ତର କରାଯାଇଥିଲା।
Comments are closed.