Latest Odisha News

BREAKING NEWS

ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ୭ସୈନିକ ନିହତ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହୀଙ୍କ ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ବେଲୁଚିସ୍ତାନରେ ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ସାତ ଜଣ ସୈନିକ ନିହତ ହୋଇଛନ୍ତି। ସେନା ଗାଡିକୁ ଟାର୍ଗେଟ କରାଯାଇଥିବା ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ କରିଛି।

ବର୍ତ୍ତମାନ ସମୟରେ ଏହି ହମଲାକୁ କୌଣସି ଆତଙ୍କବାଦୀ ସଂଗଠନ ଦାବି କରିନାହିଁ । ହେଲେ ପାକ୍ ସରକାର ଏହାକୁ ନେଇ ବଲୁଚି ଲିବରେସନ ଆର୍ମିକୁ ଦୋଷ ଦେଇଛନ୍ତି ।

ମଙ୍ଗଳବାର ଦିନ ଏହି ବୋମା ଆକ୍ରମଣରେ ସାତ ଜଣ ପାକିସ୍ତାନୀ ଅର୍ଦ୍ଧସାମରିକ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ ଇରାନ ସୀମାକୁ ଲାଗି ରହିଥିବା ବେଲୁଚିସ୍ତାନରେ ଗତ କିଛି ବର୍ଷ ମଧ୍ୟରେ ହିଂସା ବୃଦ୍ଧି ପାଇଛି। ଯେହେତୁ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ସେମାନଙ୍କର ଲଢ଼େଇକୁ ତୀବ୍ର କରିଛନ୍ତି। ବାଲୁଚ୍ ଲୋକମାନେ ସରକାରଙ୍କ ଉପରେ ଅଞ୍ଚଳର ପ୍ରାକୃତିକ ସମ୍ପଦର ଶୋଷଣ କରୁଥିବା ଅଭିଯୋଗ କରନ୍ତି।

ବଲୁଚିସ୍ତାନରେ ‘ବଲୁଚି ଲିବରେସନ ଆର୍ମି’ ସବୁଠୁ ସକ୍ରିୟ ସଂଗଠନ ବୋଲି କୁହାଯାଉଛି ।

 

Comments are closed.