Latest Odisha News

BREAKING NEWS

ଆସନ୍ତାକାଲି ଶ୍ରୀମନ୍ଦିରରେ ୫ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ:ଗୁରୁବାର ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ତେବେ ବାମନ ଜନ୍ମ ନୀତି ପାଇଁ ୫ ଘଣ୍ଟା ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି । ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପୂଜପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି ।

ସେପଟେ ଶ୍ରୀମନ୍ଦିରରେ ଶୀଘ୍ର ଭକ୍ତମାନଙ୍କ ପାଇଁ ‘ଧାଡ଼ି’ (କ୍ୟୁ) ଦର୍ଶନ ବ୍ୟବସ୍ଥା ପ୍ରବର୍ତ୍ତନ କରାଯିବ। ବୁଧବାର ନୂତନ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି ବ୍ୟବସ୍ଥା ନାଟମଣ୍ଡପରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ, ପରେ ପୂର୍ଣ୍ଣାଙ୍ଗ ରୂପେ ଲାଗୁ ହେବ।

 

Comments are closed.