Latest Odisha News

BREAKING NEWS

ବିଶ୍ୱ ବାଉଁଶ ଦିବସରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ବାମ୍ବୋ କୁକିଜ୍

ବଜାରରେ ବହୁତ ପ୍ରକାରର କୁକିଜ୍ ମିଳୁଛି । ହେଲେ ଜାଣିଛନ୍ତି କି ବାଉଁଶରୁ ବି ପ୍ରସ୍ତୁତ ହେଉଛି ଏକ ସ୍ୱତନ୍ତ୍ର ଧରଣର କୁକିଜ୍ । ଶୁକ୍ରବାର ବିଶ୍ୱ ବାଉଁଶ ଦିବସରେ ବାଉଁଶ ଗଜାରୁ ପ୍ରସ୍ତୁତ ଏଭଳି ଏକ ସ୍ୱତନ୍ତ୍ର କୁକିଜ୍‌ର ଶୁଭାରମ୍ଭ କରିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଏଥି ସହିତ ବାଉଁଶରୁ ତିଆରି ସ୍ୱତନ୍ତ୍ର ମହୁ ବୋତଲର ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ତ୍ରିପୁରାରେ ନୂଆ ଜୀବିକା ସୃଷ୍ଟି ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି ସେ ଟ୍ୱିଟରରେ ପ୍ରକାଶ କରିଛନ୍ତି । ଉଭୟ ବାଉଁଶ ଗଜା ପ୍ରସ୍ତୁତ କୁକିଜ୍ ଓ ବାଉଁଶ ତିଆରି ମହୁ ବୋତଲ ଜନସାଧାରଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଜୀବିକା ଅର୍ଜନର ନୂଆ ବାଟ ଖୋଲିବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ତ୍ରିପୁରା ସମେତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ପ୍ରଚୁର ପରିମାଣରେ ବାଉଁଶ ଉପଲବ୍ଧ ହେଉଥିବାରୁ ଏହାକୁ ନେଇ କରାଯାଉଥିବା ଶିଳ୍ପରେ ସ୍ଥାନୀୟ ଅଧିବାସୀ ଲାଭବାନ ହୋଇଥାନ୍ତି ।

ବାଉଁଶ ମୂଳରେ ସୃଷ୍ଟି ହେଉଥିବା ଗଜାରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରି ରହିଥିବାରୁ ଏହା ଶରୀର ପାଇଁ ହିତକର ଓ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ହୋଇଥାଏ ।

Leave A Reply

Your email address will not be published.