Latest Odisha News

BREAKING NEWS

ଲକଡାଉନ ବେଳେ ଟ୍ବିନସିଟିରେ ମର୍ଣ୍ଣିଂଓ୍ବାକକୁ ନା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି କମିଶନରେଟ ପୋଲିସ ଗୁରୁବାର ଦିନ ଟ୍ୱିନସିଟିରେ ନିୟମ ଗୁଡିକୁ କଡାକଡା କରିଛନ୍ତି।

ଟ୍ୱିନସିଟି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଲକଡାଉନ ସମୟରେ ମର୍ଣ୍ଣିଂଓ୍ବାକ ଓ ଇଭନିଂଓ୍ବାକ୍ ଏବଂ ସାଇକେଲ ଚାଳନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ତେବେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଅନ୍ୟପକ୍ଷରେ, ଚାରି ଚକିଆ ଯାନରେ ଡ୍ରାଇଭର ସମେତ କେବଳ ତିନି ଜଣଙ୍କୁ ଅନୁମତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.