Latest Odisha News

ଶ୍ରୀମନ୍ଦିରରେ ଏପ୍ରିଲ ୧ରୁ ହେବ ପ୍ଲାଷ୍ଟିିକ ବ୍ୟାନ; ପାନଛେପ ପକାଇଲେ ୫୦୦ଟଙ୍କା ଜୋରିମାନା !

ପୁରୀ: ଆସନ୍ତା ଏପ୍ରିଲ୍ ପହିଲାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ପ୍ରଦାନ କରାଯାଇଛି ।

ଛତିଶା ନିଯୋଗର ଅନୁଷ୍ଠିତ ଏକ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରୀଷ୍ଣା କୁମାର କହିଛନ୍ତି, ଜିଲ୍ଲାପାଳଙ୍କ ସହିତ ଏସମ୍ପର୍କରେ ବିଶଦ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ବୈଠକର ନିଷ୍ପତ୍ତି କ୍ରମେ ମନ୍ଦିର ପରିସର ମଧ୍ୟରେ କୌଣସି ସେବାୟତ କିମ୍ବା କେହି ଭକ୍ତ ଯଦି ପାନ ଛେପ ପକାନ୍ତି ତେବେ ଏଥିଲାଗି ସଂପୃକ୍ତ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । “ଏନେଇ ଆମେ ଏକ ନୋଟିସ ମଧ୍ୟ ଜାରି କରିଛୁ । ତେଣୁ ଶ୍ରୀମନ୍ଦିର ମଧ୍ୟରେ ଏକ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ସୃଷ୍ଟି ହୋଇପାରିବ । ”

ଶ୍ରୀମନ୍ଦିରରେ କିପରି ଭକ୍ତମାନେ ସୁବିଧାରେ ତଥା ଠିକ୍ ସମୟରେ ଅବଢା ଭୋଗ ପାଇପାରିବେ ସେସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.