Latest Odisha News

BREAKING NEWS

ଗୁଣ୍ଡିଚା ମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି

ପୁରୀ: ନବଦିନାତ୍ମକ ଯାତ୍ରା ରେ ଶ୍ରୀଜିଉ । ବୁଧବାର ଦିନ ଶ୍ରୀଜୀଉ ଆଡ଼ପ ମଣ୍ଡପ ରେ ବିଜେ କରିବା ପରେ ଗୁରୁବାର ପ୍ରଥମ ଆଡ଼ପ ଅଭଡା ବାହାରିଥିଲା ।
ତେବେ ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ହେରାପଞ୍ଚମୀ ନୀତି ହେବାକୁ ଥିବାବେଳେ ତାହା ଆଜି ପୂର୍ବରୁ ମହାପ୍ରଭୁଙ୍କୁ ବନକ ଲାଗି ହୋଇଥାଏ ।ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ। ଦତ୍ତ ମହାପାତ୍ର ସେବକ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ନାଲି, କଳା, ଧଳା ପାରମ୍ପରିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପାଦନ କରାଯିବା ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.