Latest Odisha News

BREAKING NEWS

କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ଶ୍ରବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ହେବ ବନକଲାଗି ନୀତି । ସେଥିପାଇଁ ସନ୍ଧ୍ୟା ୬ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବାରକୁ ନେଇ ବହୁ ବାଦ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ନୀତି ଏକ ମାସରୁ ଉର୍ଦ୍ଧ୍ଵ ହେବ ହୋଇପାରିନଥିଲା । ବୁଧବାର ବନକଲାଗି କରିବା ପାଇଁ ପ୍ରଶାସନ କହୁଥିବା ବେଳେ ଗୁରୁବାର ନୀତି କରିବା ପାଇଁ ଦାବି କରିଥିଲେ ଦତମହାପାତ୍ର ସେବାୟତ । ଗତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବୁଧବାର ବନକଲାଗି ନୀତି କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.