Latest Odisha News

ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜି ହେବ ବନକଲାଗି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆଡ଼ପ ମଣ୍ଡପ ତଥା ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ଆଡପ ମଣ୍ଡପରେ ହେବ ବନକଲାଗି ନୀତି। ବନକଲାଗି ନୀତି ପାଇଁ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।

ପ୍ରାୟ ୪ ଘଣ୍ଟାର ଏହି ବନକଲାଗି ନୀତି ଥିବାରୁ ସର୍ବ ସାଧାରଣ ଦର୍ଶନକୁ ବନ୍ଦ କରାଯାଇ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ବନକଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତମହାପାତ୍ର ସେବାୟତ ମାନେ ଏହି ନୀତି ସଂପନ୍ନ କରିବେ ।

ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ମହାପ୍ରଭୁଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଇଥାଏ । ବନକ ଲାଗି ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ।

ସେପଟେ ଆଜି ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ଆଡପ ଅବଢା ପାଇ ଭକ୍ତ କୋଟି ଜନ୍ମର ପୁଣ୍ୟ ଅର୍ଜନ କରିଥିବା କହିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.